ଓଡିଶା

odisha

ETV Bharat / state

5 ଟଙ୍କିଆ ଭାତ ଡାଲମା ଖାଇଲେ ପାୱାର କରିଡରର ଦୁଇ ମୁଖିଆ

ଲୋକଙ୍କ ସହ ଆହାର କେନ୍ଦ୍ରରେ 5 ଟଙ୍କିଆ ଡାଲମା ଭାତ ଖାଇଛନ୍ତି ରାଜ୍ୟ ପାୱାର କରିଡରର ଦୁଇ ମୁଖିଆ । ଅଧିକ ପଢନ୍ତୁ...

By

Published : Oct 11, 2019, 2:15 PM IST

Updated : Oct 11, 2019, 5:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର/ବୌଦ୍ଧ: ଆହାର କେନ୍ଦ୍ରରେ 5 ଟଙ୍କା ଦେଇ ଭାତ ଡାଲମା ଖାଇଲେ ରାଜ୍ୟ ପାୱାର କରିଡରର ଦୁଇ ମୁଖିଆ । 5‘ଟି’ ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୌଦ୍ଧ ଗସ୍ତରେ ଆସିଥିଲେ ।

ଭାତ ଡାଲମା ଖାଇଲେ ସିଏସ ଓ 5-ଟି ସଚିବ

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରରେ ବଡ ବାବୁ ମାନେ ପହଞ୍ଚିଥିଲେ । ସାଧାରଣ ଲୋକଙ୍କ ଭଳି ପାଞ୍ଚ ଟଙ୍କିଆ ଟିକେଟ କାଉଣ୍ଟରରୁ କିଣି ଭାତ,ଡାଲମା ଓ ଆଚାର ଖାଇଥିଲେ । ଏପଟେ ପ୍ରଶାସନ ପକ୍ଷରୁ ସର୍କିଟ ହାଉସ ଠାରେ ଅତିଥି ମାନଙ୍କ ପାଇଁ କୋଡିଏରୁ ଉର୍ଦ୍ଧ୍ବ କିସମର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା ।

5 ଟଙ୍କିଆ ଭାତ ଡାଲମା ଖାଇଲେ ସିଏସ ଓ 5-ଟି ସଚିବ

କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ହଠାତ‘ ମୋ ସରକାର’ର ଏହି ଟିମ ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ଭାତ ଡାଲମା ଖାଇଥିଲେ । ଏସମୟରେ ବୌଦ୍ଧ ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ଥିଲେ ।

5 ଟଙ୍କିଆ ଭାତ ଡାଲମା ଖାଇଲେ ସିଏସ ଓ 5-ଟି ସଚିବ

ଦୁହେଁ ଖାଦ୍ୟ ଖାଇବା ସହ ଖାଦ୍ୟର ମାନ, କେତେ ପରିମାଣର ଖାଦ୍ୟ ଦିଆଯାଉଛି, ଆହାର ଖାଦ୍ୟ ସନ୍ତୁଷ୍ଟ କରୁଛି କି ନାହିଁ ସେ ନେଇ ଲୋକଙ୍କୁ ପଚାରି ବୁଝିଥିଲେ । ସ୍ବଚ୍ଛତା ସାଙ୍ଗକୁ ସେବାର ମାନ ସମ୍ପର୍କରେ ମଧ୍ୟ ଲୋକଙ୍କ ମତାମତ ନେଇଥିଲେ । ତେବେ ଏ ସମ୍ପର୍କରେ ସକାରାତ୍ମକ ପ୍ରତିକ୍ରିୟା ମିଳିଥିବା ଜଣାପଡିଛି।

5 ଟଙ୍କିଆ ଭାତ ଡାଲମା ଖାଇଲେ ସିଏସ ଓ 5-ଟି ସଚିବ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Oct 11, 2019, 5:07 PM IST

ABOUT THE AUTHOR

...view details