ବୌଦ୍ଧ: ମାଡି ଆସୁଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ମୂଳକ ପଦକ୍ଷେପ ଆରମ୍ଭ କରାଯାଇଛି । ବୁଧବାର ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ବସଷ୍ଟାଣ୍ଡ, ବଜାର ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ଖୋଦ ଏସପି ପହଞ୍ଚି ମାସ୍କ ପରିଧାନ ଓ ସାମାଜିକ ଦୂରତା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ଆସନ୍ତା ଦିନରେ ଅମାନିଆ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
ବୌଦ୍ଧରୁ ଆଉ ଦୁଇ ପଜିଟିଭ ଚିହ୍ନଟ, ପ୍ରଶାସନର ବଢିଲା ଚିନ୍ତା - district administration is taking precautionary measures
ମାଡି ଆସୁଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ମୂଳକ ପଦକ୍ଷେପ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧରୁ ଆଉ ଦୁଇ ପଜିଟିଭ ଚିହ୍ନଟ, ପ୍ରଶାସନର ବଢିଲା ଚିନ୍ତା
ବୌଦ୍ଧରୁ ଆଉ ଦୁଇ ପଜିଟିଭ ଚିହ୍ନଟ, ପ୍ରଶାସନର ବଢିଲା ଚିନ୍ତା
ସେହିପରି ତିନି ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାରୁ ଗୋଟିଏ ମାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତକାଲି(ବୁଧବାର) ଆଉ ଦୁଇଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ କୋରୋନା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ