ଓଡିଶା

odisha

ETV Bharat / state

ବିନା ଦାୟଦରେ ପରିବାରକୁ ଅପେକ୍ଷା ସରକାରୀ ସହାୟତା - boudh news

ଗୋଟିଏ ଗାଁର ଦୁଇଟି ପରିବାରର ସମାନ କାହାଣୀ । ଉଭୟ ପରିବାରର ଉତ୍ତର ଦାୟାଦ କେହି ନଥିବା ବେଳେ ସେମାନଙ୍କ ଦୁଃଖ ଭରା କାହାଣୀ ସମସ୍ତଙ୍କୁ ବ୍ୟଥିତ କରିଛି । ଅଧିକ ପଢନ୍ତୁ...

ବିନା ଦାୟଦରେ ପରିବାରକୁ ଅପେକ୍ଷା ସରକାରୀ ସହାୟତା
ବିନା ଦାୟଦରେ ପରିବାରକୁ ଅପେକ୍ଷା ସରକାରୀ ସହାୟତା

By

Published : Jul 24, 2020, 1:48 AM IST

ବୌଦ୍ଧ: ଗୋଟିଏ ଗାଁର ଦୁଇଟି ପରିବାରର ସମାନ କାହାଣୀ । ଉଭୟ ପରିବାରର ଉତ୍ତର ଦାୟାଦ କେହି ନଥିବା ବେଳେ ସେମାନଙ୍କ ଦୁଃଖ ଭରା କାହାଣୀ ସମସ୍ତଙ୍କୁ ବ୍ୟଥିତ କରିଛି ।

ବିନା ଦାୟଦରେ ପରିବାରକୁ ଅପେକ୍ଷା ସରକାରୀ ସହାୟତା
ବୌଦ୍ଧ ଜିଲ୍ଲା ବନ୍ଧାପଥର ପଞ୍ଚାୟତର ଗୁଡପଡା ଗାଁ । ଗାଁର ଗୋଟିଏ ମୁଣ୍ଡରେ ଗୋପାଳ ପ୍ରଧାନଙ୍କ ଘର ରହିଥିବା ବେଳେ ଗାଁ ଶେଷ ମୁଣ୍ଡର ଆଦିବାସୀ ବସ୍ତିରେ ହିମାଂଶୁ ବେହେରାଙ୍କ ଘର । ଏହି ଦୁଇ ପରିବାରର କେହି ପରବର୍ତ୍ତୀ ଦାୟାଦ ନଥିବାରୁ ଉଭୟ ପରିବାର ଏକ ଦୁଃଖଦ ଅବସ୍ଥାରେ କାଳ କାଟୁଛନ୍ତି । ଗୋପାଳଙ୍କ ପୁଅ-ଝିଅ ଅସମୟରେ ଆରପାରିକୁ ଚାଲି ଯାଇଥିବା ବେଳେ ଏବେ ସେ ବୃଦ୍ଧା ପତ୍ନୀଙ୍କ ଆଶ୍ରାରେ କାଳ କାଟୁଛନ୍ତି । ତେବେ ଗୋପାଳଙ୍କୁ 90ବର୍ଷରୁ ଊର୍ଦ୍ଧ୍ବ ହୋଇସାରିଥିଲେ ମଧ୍ୟ ଏଯାବତ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଟିକକ ମିଳିପାରିନାହିଁ ।

ସେହିପରି ଗରିବ ତଥା ସନ୍ତାନହୀନ ହିମାଂଶୁ ଦୀର୍ଘ ଦୁଇ ବର୍ଷ ହେଲା ଏକ ଅଜଣା ବ୍ୟାଧିରେ ପିଡୀତ ହୋଇ ଶଯ୍ୟାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ସରକାରୀ ସହାୟତା ମିଳିଲେ ହିମାଂଶୁଙ୍କ ଚିକିତ୍ସା ହୋଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details