ବୌଦ୍ଧ:ଗାଡି ଡିକି ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା ଲୁଟ । ବୌଦ୍ଧ ଜିଲ୍ଲା ବନ୍ଧାପଥର ପଞ୍ଚାୟତ ଗୁଦୁରାବେଣୀ ଗ୍ରାମର ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ।
ସୂଚନାଅନୁସାରେ, ଜିଲ୍ଲା ବନ୍ଧାପଥର ପଞ୍ଚାୟତ ଗୁଦୁରାବେଣୀ ଗ୍ରାମର ସନ୍ତୋଷ ପ୍ରଧାନ ଓ ତାଙ୍କ ମାମୁଁ ଏନଏସି ବ୍ୟାଙ୍କରୁ ଟଙ୍କା ଉଠାଉ ଫେରୁଥିଲେ । ଫେରିବା ସମୟରେ ବାଟରେ ଲସି ପିଇବାକୁ ଗୋଟିଏ ଲସି ଦୋକାନ ପାଖରେ ଅଟକି ଥିଲେ । ବିଲେଇ ମୁଣ୍ଡରେ ଶିକା ଛିଡିଲା ଭଳି ଦୁର୍ବୃତ୍ତଙ୍କୁ ମଧ୍ୟ ସୁଯୋଗ ମିଳିଗଲା ।