ବୌଦ୍ଧ: ଜିଲ୍ଲାରେ ଆଜି(ସୋମବାର)ଠାରୁ ଆରମ୍ଭ ହୋଇଛି 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ ପ୍ରକ୍ରିୟା । କେବଳ ପୌରାଞ୍ଚଳର 2 ହଜାର ଟୀକାଦାନ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ ଦିନରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି ।
ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବାରୁ ଆଶ୍ବସ୍ତି ପ୍ରକାଶ ପାଉଥିବା ବେଳେ ଯୁବବର୍ଗଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଥିବାରୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବୌଦ୍ଧ ପୌରାଞ୍ଚଳର ଏକମାତ୍ର କେନ୍ଦ୍ର ଟାଉନହଲ ଠାରେ ଟୀକାଦାନ 3 ଦିନ ଧରି ସମୁଦାୟ 2 ହଜାର ଜଣଙ୍କୁ ଏହି ଟିକା ପ୍ରଦାନ କରାଯିବ । ଆଜି ପ୍ରଥମ ଦିନରେ 600 ଜଣ ଓ ଆସନ୍ତା 2 ଦିନ 700 ଜଣଙ୍କୁ ଟୀକାଦାନ କରାଯିବ ବୋଲି ସୂଚନା ମିଳିଛି ।