ବୌଦ୍ଧ: ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ କେନ୍ଦ୍ର ପଞ୍ଚଦଶ ଅର୍ଥ କମିଶନ(15th Finance Commission) ଯୋଗାଇ ଥିବା ଅନୁଦାନର(assistance ) ହୋଇପାରୁନି ଖର୍ଚ୍ଚ। ଫଳରେ ଜିଲ୍ଲା ପରିଷଦ ବୈଠକରେ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର 9 ଗୋଟି ଜିଲ୍ଲା ପରିଷଦ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ପାଇଁ ପଞ୍ଚଦଶ ଅର୍ଥ କମିଶନ କୋଟି କୋଟି ଟଙ୍କା ଯୋଗାଇ ଦେଇଥିଲେ ମଧ୍ୟ ତାହା ଅଦ୍ୟାବଧି ଖର୍ଚ୍ଚ ନହୋଇ ପଡିରହିଛି ।
କେବଳ ପାନୀୟଜଳ ଓ ପରିମଳ ପାଇଁ ବୌଦ୍ଧ ଜିଲ୍ଲାରେ 1 କୋଟି 74 ଲକ୍ଷ ଟଙ୍କା ଖର୍ଚ୍ଚ ନହୋଇ ପଡିରହିଛି । ଜିଲ୍ଲାର 69 ଗୋଟି ପଞ୍ଚାୟତରେ CFC ଗ୍ରାଣ୍ଟରୁ RWSS ମାଧ୍ୟମରେ ଗତ 2020-21 ମସିହାରେ ଦୁଇଟି କିସ୍ତିରେ 1କୋଟି 8 ଲକ୍ଷ ଓ ଚଳିତ ବର୍ଷ ପ୍ରଥମ କିସ୍ତିରେ 67 ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି ଖର୍ଚ୍ଚ ହୋଇପାରି ନାହିଁ ।