ଓଡିଶା

odisha

ETV Bharat / state

କିଡନୀ ରୋଗରେ ଗ୍ରାମ ପୁରୁଷ ଶୂନ୍ୟ ! - ଗ୍ରାମ ପୁରୁଷ

କିଡନୀ ରୋଗ ନେଉଛି ଜୀବନ । ଗ୍ରାମ ହେବାକୁ ବସିଲାଣି ପୁରୁଷଶୂନ୍ଯ । ଜଣେ ବ୍ଯକ୍ତିଙ୍କ ଏହି ରୋଗଜନିତ ମୃତ୍ଯ ହେବାପରେ ମୃତ୍ଯୁ ସଂଖ୍ୟା 107ରେ ପହଞ୍ଚିଥିବା କହିଛି ଏକ ସ୍ବେଚ୍ଛାସେବୀ ସଂସ୍ଥା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jul 18, 2019, 9:12 AM IST

ବୌଦ୍ଧ: ହରଭଙ୍ଗା ବ୍ଲକରେ କିଡନୀ ରୋଗ ମହାମାରୀ ରୂପ ନେବାକୁ ବସିଲାଣି । କେବଳ ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତର ଜବଲପୁର ଗ୍ରାମରେ ଶତାଧିକ ଲୋକଙ୍କ ମୃତ୍ୟୁ ଏହି କିଡନୀ ରୋଗରେ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଗ୍ରାମ ଏବେ ପୁରୁଷ ଶୂନ୍ୟ ହେବା ଅପେକ୍ଷାରେ ରହିଛି । କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏସମ୍ପର୍କରେ ଅବଗତ ଥିଲେ ମଧ୍ୟ ପୁରା ଚୁପଚାପ ବସିଯାଇଛି । ଗ୍ରାମର ଲୋକଙ୍କ ପାଇଁ କୌଣସି ସ୍ବାସ୍ଥ୍ୟଗତ ସମାଧାନ କରିବାରେ ଦୃଷ୍ଟି ଗୋଚର ଦେଉ ନାହିଁ । ବୁଧବାର ଧଳପୁର ପଞ୍ଚାୟତର ସାକୁସିଙ୍ଗା ଗ୍ରାମର ମଙ୍ଗୁଳୁ ସାହୁଙ୍କ ଏହି କିଡନୀ ରୋଗରେ ମୃତ୍ୟୁ ଘଟିଛି । ଏହି ମୃତ୍ୟୁ ସହ ବେସରକାରୀ ଭାବେ କିଡନୀ ମୃତ୍ୟୁ ସଂଖ୍ୟା୧୦୭ରେ ପହଞ୍ଚିଥିବା ଏକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।


ହରଭଙ୍ଗା ବ୍ଲକର ଦଶରୁ ଅଧିକ ପଞ୍ଚାୟତରେ ଏହି ରୋଗ ଏବେ ଗାଁକୁ ଗାଁ ବ୍ୟାପିବା ସହ ମୃତ୍ୟୁର ମରୀଚିକା ପାଲଟିଯାଇଛି । ଏପଟେ ଏହାର କାରଣ ଓ ନିରାକରଣ ଖୋଜିବାରେ ସମ୍ପୂର୍ଣ୍ଣ ଫେଲ ମାରିଛି ସ୍ବାସ୍ଥ୍ୟ ବିଭାଗ । ଏହାଛଡା ମୃତ୍ୟୁ କାଳୀନ କିମ୍ବା ଅସହାୟ ପରିବାରଙ୍କୁ କୌଣସି ସରକାରୀ ସହାୟତା ମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details