ବୌଦ୍ଧ: ମାଓ ଉପଦ୍ରୁତ ତଥା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତରେ ଦୀର୍ଘ ଦଶ ବର୍ଷ ହେଲା ନିର୍ମାଣ ହୋଇଛି ଛାତ୍ରୀ ନିବାସ । କିନ୍ତୁ ନାନା ସମସ୍ୟାରେ ଛନ୍ଦି ହୋଇ ଆଜିଯାଏଁ ତାହା କାର୍ଯ୍ୟକ୍ଷମ ହୋଇନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନାରାୟଣ ପ୍ରସାଦ ଠାରେ ଦୀର୍ଘ ଦଶ ବର୍ଷ ତଳେ ନିର୍ମାଣ ହୋଇଥିଲା 100 ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ । ପଞ୍ଚାୟତରେ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବାରୁ ନାରୀ ଶିକ୍ଷାର ବିକାଶ ପାଇଁ ସରକାର ଏଠାରେ ହଷ୍ଟେଲ ନିର୍ମାଣ କରିଥିଲେ । କିନ୍ତୁ ଏତେ ବର୍ଷ ପରେ ମଧ୍ୟ ହଷ୍ଟେଲରେ ତାଲା ଝୁଲୁଥିବା ଯୋଗୁଁ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।