ବୌଦ୍ଧ: ଜିଲ୍ଲାର ସ୍ବତନ୍ତ୍ର ପରିଚୟ ପାଲଟିବ ଶହେ ବର୍ଷର ପୁରୁଣା କଚେରୀ କୋଠା । ଜିଲ୍ଲାପାଳଙ୍କ ପ୍ରଚେଷ୍ଟା କ୍ରମେ ଏହି କୋଠାକୁ ହେରିଟେଜ ବିଲ୍ଡିଂ ସହିତ ଏହାକୁ ଜିଲ୍ଲାର ସଂଗ୍ରହାଳୟରେ ପରିଣତ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ପାଲଟିବ କୋର୍ଟ ବିଲ୍ଡିଂ । କୋର୍ଟ ବିଲ୍ଡିଂ ବା କଚେରୀ କୋଠା 1921 ମସିହାରେ ବୌଦ୍ଧ ଗଡଜାତ କୋର୍ଟ ଅଫ ଓ୍ବାର୍ଡ ଥିବା ସମୟରେ ଇଂରେଜ ସରକାରଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା । ଏହା ପୂର୍ବରୁ ବୌଦ୍ଧ ଗଡଜାତର କଚେରୀ ଘର ବୌଦ୍ଧ ରାଜପ୍ରାସାଦ ନିକଟରେ ରହିଥିଲା । ସେହି ପୁରୁଣା କଚେରୀ କୋଠାରେ ଜଗନ୍ନାଥ ରାଓ,ଅବଦୁଲ ସତ୍ତାର ଖାନ,ରାଘବାନନ୍ଦ ପଟ୍ଟନାୟକ ପ୍ରମୁଖ ସୁପରିଟେଣ୍ଡଣ୍ଟ ଭାବରେ କାର୍ଯ୍ୟ କରିଥିଲେ ।1921 ମସିହାରେ ଏହି ନୂଆ କଚେରୀ କୋଠା ନିର୍ମାଣ ପରେ ଏଠାରେ ଦେୱାନ,ସହକାରୀ ଦେବାନ, ତହସିଲଦାର, ଶିକ୍ଷା, ଜଙ୍ଗଲ ଭଳି ବିଭାଗ ରହିଥିଲା । ଦେଶ ସ୍ବାଧୀନ ପରେ ଏହି କୋଠା ନ୍ୟାୟାଳୟ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଓ 1994 ମସିହାରେ ବୌଦ୍ଧ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପରେ ଏହା କଲେକ୍ଟଟେରିଏଟରେ ପରିଣତ ହୋଇଥିଲା । ପରିବର୍ତ୍ତିତ ସମୟରେ ବୌଦ୍ଧ ଜିଲ୍ଲାର ନୂତନ କଲେକ୍ଟଟେରିଏଟ ଓ ଜିଲ୍ଲା ନ୍ୟାୟାଳୟ କୋଠା ନିର୍ମାଣ ହୋଇ ସ୍ଥାନାନ୍ତର ହୋଇସାରିଛି ।