ଭଦ୍ରକ: ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିରସ ଗ୍ରାମରେ ଅଘଟଣ । କ୍ଷେତରୁ ମୋଟର ସାହାଯ୍ୟରେ ବର୍ଷା ଜଳ ନିଷ୍କାସନ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ଅନାଦି ଯେନାଙ୍କ ପୁଅ ସୁଶାନ୍ତ କୁମାର ଯେନା(୨୬) ।
ବିଲରେ ମୋଟର ଯୋଗେ ନିଷ୍କାସନ କରୁଥିଲେ ପାଣି, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ - ଭଦ୍ରକ ବିଦ୍ୟୁତ ଆଘାତ
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିରସ ଗ୍ରାମରେ ସୁଶାନ୍ତ ଯେନା ନାମକ ଯୁବକଙ୍କ ମୃତ୍ୟୁ ଘଟିଛି । ବିଲରେ ମୋଟର ଯୋଗେ ପାଣି ନିଷ୍କାସନ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା । ଅଧିକ ପଢନ୍ତୁ
ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ
ବିଲରେ ମୋଟର ଯୋଗେ ନିଷ୍କାସନ କରୁଥିଲେ ପାଣି, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
ପରିବାର ଲୋକ ଯାଇ ଦେଖିବା ପରେ ତୁରନ୍ତ ତାଙ୍କୁ ବାସୁଦେବପୁର ଡାକ୍ତରଖାନା ନେଇଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Dec 12, 2021, 8:56 PM IST