ଓଡିଶା

odisha

By

Published : Sep 19, 2019, 2:22 PM IST

Updated : Sep 19, 2019, 2:39 PM IST

ETV Bharat / state

ବୁଲିବାକୁ ଯାଇ ଆଉ ଫେରି ନଥିଲେ, ସାଳନ୍ଦୀ ନଦୀରୁ ମୃତଦେହ ଉଦ୍ଧାର

ସାଳନ୍ଦୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଭଦ୍ରକ ଜିଲ୍ଲା ଚନ୍ଦନ ବଜାର ଅଞ୍ଚଳର ରାଜେଶ ରାଉତ ବୋଲି ଜଣାପଡିଛି । ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ


ଭଦ୍ରକ: ଜିଲ୍ଲାର ସନ୍ଥିଆ ନିକଟସ୍ଥ ସାଳନ୍ଦୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ପରିଚୟ ରାଜେଶ ରାଉତ ଥିବା ବେଳେ ତାଙ୍କ ଘର ଚନ୍ଦନ ବଜାର ଅଞ୍ଚଳରେ ଥିବା ଜଣାପଡିଛି । ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ରାଜେଶ ବୁଲିବାକୁ ଯିବା କଥା କହି ଆଉ ଘରକୁ ଫେରି ନଥିଲେ। ତେବେ ଗୁରୁବାର ସାଳନ୍ଦୀ ନଦୀରେ ଉକ୍ତ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ


ଏହା ରାଜେଶଙ୍କ ମୃତଦେହ ବୋଲି ଗାଁ ଲୋକେ ଜାଣିପାରି ରାଜେଶଙ୍କ ପରିବାର ଲୋକଙ୍କ ଖବର ଦେବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସେପଟେ ଉକ୍ତ ମାମଲାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Sep 19, 2019, 2:39 PM IST

ABOUT THE AUTHOR

...view details