ଭଦ୍ରକ: ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଜମିଜମା ବିବାଦକୁ ନେଇ କାର୍ଯ୍ୟାଳୟକୁ ବାରମ୍ବାର ଦୌଡି ନିରାଶ ହେବାପରେ ତହସିଲଦାରଙ୍କ କାର୍ଯ୍ୟାଳୟ (Basudevpur Tahasil Office) ଆଗରେ ବିଷ ପିଇଲେ ଯୁବକ । ଭଦ୍ରକ ବାସୁଦେବପୁର ଅଞ୍ଚଳର ଏହି ଯୁବକ, ତହସିଲ କର୍ମଚାରୀ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ।
ତହସିଲ କାର୍ଯ୍ୟାଳୟ ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ - ତହସିଲ କାର୍ଯ୍ୟାଳୟ ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ଦୀର୍ଘ 6 ମାସ ହେବ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଅଧିକ ପଢନ୍ତୁ
ତହସିଲ କାର୍ଯ୍ୟାଳୟ ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ସୂଚନା ଅନୁଯାୟୀ, ଦୀର୍ଘ 6 ମାସ ହେବ ଆର୍ତ୍ତୁଙ୍ଗ ଗ୍ରାମର ଶିବାଜୀ ଦାସ ଜମିଜମା ବିବାଦକୁ ନେଇ ତହସିଲ କାର୍ଯ୍ୟାଳୟକୁ ଯାଉଥିଲେ କିନ୍ତୁ କୌଣସି ସମାଧାନ ନହେବାରୁ ଶେଷରେ ବାଧ୍ୟ ହୋଇ ଯୁବକ ଜଣଙ୍କ ବୁଧବାର ବାସୁଦେବପୁର ତହସିଲଦାରଙ୍କ କର୍ଯ୍ୟାଳୟ ସାମ୍ନାରେ ବିଷ ପିଇଥିଲେ ।
ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା । ଏନେଇ ତହସିଲଦାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।