ଭଦ୍ରକ: ବାଲେଶ୍ୱରରୁ ଭଦ୍ରକ ଆଣୁଥିଲେ ବ୍ରାଉନସୁଗାର । ପୋଲିସ ଚେକିଂ ସମୟରେ ଜବତ ହେଲା ୩୧୬ ଗ୍ରାମର ବ୍ରାଉନସୁଗାର । ଏହି ବ୍ରାଉନସୁଗର ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ସୂଚନା ଯୋଗ୍ୟ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବଉଳପୋଖରୀ ଗାଁର ଦୁଇ ଜଣ ଯୁବକଙ୍କ ସହ ଜଣେ ମହିଳା ବାଇକ ଯୋଗେ ବାଲେଶ୍ୱରରୁ ବ୍ରାଉନ ସୁଗାର ନେଇ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଧାମରା ରେଳ ଓଭର ବ୍ରିଜ ନିକଟରେ ଗ୍ରାମାଞ୍ଚଳ ପୋଲିସ ଅଟକ କରି ଯାଞ୍ଚ କରିଥିଲା ।
ବାଲେଶ୍ବରରୁ ଆସୁଥିଲା ୩୦ ଲକ୍ଷର ବ୍ରାଉନ ସୁଗାର, ବାନ୍ଧିଲା ଭଦ୍ରକ ପୋଲିସ - brown sugar seized
ବାଲେଶ୍ୱରରୁ ଭଦ୍ରକ ଆଣୁଥିଲେ ବ୍ରାଉନସୁଗାର । ପୋଲିସ ଚେକିଂ ସମୟରେ ଜବତ ହେଲା ୩୧୬ ଗ୍ରାମର ବ୍ରାଉନସୁଗାର । ଏହି ବ୍ରାଉନସୁଗର ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ଅଧିକ ପଢନ୍ତୁ...
୩୦ ଲକ୍ଷ ଟଙ୍କାର ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ମହିଳା ଓ ୨ ଯୁବକ ଗିରଫ
୩୦ ଲକ୍ଷ ଟଙ୍କାର ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ମହିଳା ଓ ୨ ଯୁବକ ଗିରଫ
ଯାଞ୍ଚ ସମୟରେ ୩୧୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଗିରଫ ୩ ଜଣ ହେଲେ ଗ୍ରାମାଞ୍ଚଳ ଥାନା ବଉଳପୋଖରୀ ଗାଁର କପିଳା ମଲ୍ଲିକ ଓ ଧନିଆ । ଗିରଫ ମହିଳା ଯାଜପୁର ଜିଲ୍ଲାର ଟୁନି ନାୟକ ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କ ଠାରୁ ଏକ ବାଇକ ମଧ୍ୟ ଜବତ ହୋଇଛି । ତେବେ ଡ୍ରଗ୍ସ ଚେନ ଓ ଆର୍ଥିକ ବ୍ୟବସ୍ଥାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ