ଓଡିଶା

odisha

ETV Bharat / state

ବ୍ଲକରେ ମହିଳାଙ୍କ ତୁମୁଳକାଣ୍ଡ, ପୋଲିସ ଆହତ - ମହିଳା ଘଟାଇଲେ ଲଙ୍କା କାଣ୍ଡ

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ପଶି ମହିଳାମାନେ ଘଟାଇଲେ ଲଙ୍କାକାଣ୍ଡ । ପୋଲିସ ଓ ମହିଳାଙ୍କ ଭିତରେ ତୀବ୍ର ଉତ୍ତେଜନାରେ ଆହତ ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ...

ବ୍ଲକରେ ମହିଳାଙ୍କ ଲଙ୍କାକାଣ୍ଡ, ଆହତ ପୋଲିସ ଅଧିକାରୀ
ବ୍ଲକରେ ମହିଳାଙ୍କ ଲଙ୍କାକାଣ୍ଡ, ଆହତ ପୋଲିସ ଅଧିକାରୀ

By

Published : Oct 29, 2020, 8:04 AM IST

ଭଦ୍ରକ: ବନ୍ତ ବ୍ଲକ ପରିସରରେ ତୁମୁଳକାଣ୍ଡ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ଚୟନରେ ବନ୍ତ ବିପିଏମ ପାନ୍ତର ଅନ୍ତର କରିଥିବା ଅଭିଯୋଗରେ ବ୍ଲକ ପରିସରରେ ମହିଳା ଓ ସର୍ମଥକଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ବ୍ଲକରେ ମହିଳାଙ୍କ ଲଙ୍କାକାଣ୍ଡ, ଆହତ ପୋଲିସ ଅଧିକାରୀ

ସୂଚନାନୁସାରେ, ରାମଚନ୍ଦ୍ରପୁର ପଞ୍ଚାୟତ ରାମେଶ୍ବର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ଚୟନରେ ବନ୍ତ ବ୍ଲକ ବିପିଏମଙ୍କ ଭୂମିକା ନେଇ ମହିଳା ମାନେ ପୂର୍ବରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମାତ୍ର ଦୀର୍ଘଦିନ ପରେ ମଧ୍ୟ କୌଣସି ସୁଫଳ ନପାଇବାରୁ ବୁଧବାର କଂଗ୍ରେସ ଓ ସିପିଆଇ ସମର୍ଥକଙ୍କ ସହଯୋଗରେ ବନ୍ତ ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ କେତେକ ସମର୍ଥକ ବ୍ଲକ ପରିସରରେ ପଶି କର୍ମଚାରୀ ମାନଙ୍କୁ ମାରଧର କରିବା ସହ ଅସଭ୍ୟ ଭାଷା କହୁଥିବାର ଦେଖିବାକୁ ମିଳିଥିଲା । ଉତ୍ତେଜନା ଏତେ ବଢିଥିଲା ଯେ ଲୋକମାନେ କମ୍ପ୍ୟୁଟର ଓ ଆସବାପତ୍ର ଭଙ୍ଗାରୁଜା କରିବା ସହ ହୋ ହାଲ୍ଲା କରିଥିଲେ।

ଏନେଇ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ପୁଲିସ ମଧ୍ୟ ଆକ୍ରମଣ କରିବାକୁ ପଛେଇ ନଥିଲେ ଉତ୍ୟକ୍ତ ଲୋକ । ତେବେ ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବ୍ଲକର ଜଣେ କର୍ମଚାରୀ ଆହତ ହୋଇଥିବା ନେଇ ଭଦ୍ରକ ଏସଡିପିଏ ସାର୍ଥକ ରାୟ ସୂଚନା ଦେଇଛନ୍ତି। ଏନେଇ ପୋଲିସ କି ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ତେବେ ଏହି ଘଟଣାରେ ଏକ ମାମଲା ରୁଜ୍ଜୁ କରାଯାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details