ଭଦ୍ରକ: ଘରୋଇ ଫାଇନାନ୍ସ କମ୍ପାନୀ ଦେଇଥିବା ଲୋନ ଛାଡ କରିବାକୁ ଦାବି । ଚାନ୍ଦବାଲି ତହସିଲ ଅଫିସ ଘେରିଲେ ଶତାଧିକ ମହିଳା । ଚାନ୍ଦବାଲିର ଶତାଧିକ ମହିଳା ସାମାଜିକ ଦୂରତା ରକ୍ଷାକରି ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି ।
ଲକଡାଉନ ପରେ ଗରିବ ଅସହାୟ ପରିବାର ଲୋକମାନେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଏପରି ସ୍ଥିତିରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାମାନେ ଲୋନ ନେଇଥିବା ପରିବାରଙ୍କୁ ସୁଧ ଅର୍ଥ ପୈଠ କରିବା ପାଇଁ ତାଗିଦ କରୁଥିବା ଅଭିଯୋଗ ହୋଇଛି । ତେଣୁ ସେମାନେ ନିରୁପାୟ ହୋଇ ସରକାରଙ୍କ ସହଯୋଗ ଲୋଡିଛନ୍ତି ।