ଭଦ୍ରକ:ଦୁର୍ଘଟଣାରେ ସ୍ତ୍ରୀ ମୃତ ଏବଂ ସ୍ୱାମୀ ସଙ୍କଟାପନ୍ନ । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟ କାଲିତ୍ରା ମନ୍ଦିର ଛକରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ସ୍ୱାମୀ ଗୁରୁତର ଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ ସୋର ଅଞ୍ଚଳର ମନୋଜ ଗୁପ୍ତା ଓ ତାଙ୍କ ସ୍ତ୍ରୀ ସବିତା ଗୁପ୍ତା ଏକ କାର ଯୋଗେ ଭୁବେନେଶ୍ୱର ଆଡୁ ସୋରକୁ ଫେରୁଥିବା ବେଳେ ଜାତୀୟ ରାଜପଥ ବାରୀକପୁର କାଳିତ୍ରା ମନ୍ଦିର ଛକ ଠାରେ ପୂର୍ବରୁ ବାଲି ବୋଝେଇ ଏକ ହାଇୱା ଟ୍ରକ ଠିଆ ହୋଇଥିଲା । ତେବେ କୌଣସି କାରଣରୁ ଭାରସାମ୍ୟ ହରାଇ ଏହି ହାଇୱା ଟ୍ରକ ପଛ ପଟେ କାରଟି ବାଡେଇ ହୋଇଥିଲା । ଫଳରେ କାର ଭିତରେ ବସିଥିବା ସୋର ଅଞ୍ଚଳରେ ମନୋଜ ଗୁପ୍ତା ଓ ସ୍ତ୍ରୀ ସବିତା ଗୁପ୍ତା ଗୁରୁତର ଭାବେ ଆହତ ହୋଇଥିଲେ।