ଓଡିଶା

odisha

ହରିଜନ ମହିଳାଙ୍କୁ ପଡୋଶୀଙ୍କ ନିର୍ଯାତନା: ନ୍ଯାୟ ପାଇଁ SPଙ୍କୁ ଲିଖିତ ଅଭିଯୋଗ

By

Published : Jun 25, 2022, 7:07 PM IST

ଭଦ୍ରକ ଜିଲ୍ଲା ତିହିଡି ଥାନା ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କାଳିମେଘା ଗ୍ରାମର ରଞ୍ଜିତା ମହାଳିକ ଜଣେ ହରିଜନ ମହିଳା ହୋଇଥିବାବେଳେ ତାଙ୍କୁ ପଡୋଶୀ ଗ୍ରାମର କିଛି ଅସାମାଜିକ ଲୋକ ନିର୍ଯାତନା ଓ ଅଶ୍ଳୀଳ ଭାଷା ସହ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ହରିଜନ ମହିଳାଙ୍କୁ ପଡୋଶୀଙ୍କ ନିର୍ଯାତନା: ନ୍ଯାୟ ପାଇଁ SPଙ୍କୁ ଲିଖିତ ଅଭିଯୋଗ
ହରିଜନ ମହିଳାଙ୍କୁ ପଡୋଶୀଙ୍କ ନିର୍ଯାତନା: ନ୍ଯାୟ ପାଇଁ SPଙ୍କୁ ଲିଖିତ ଅଭିଯୋଗ

ଭଦ୍ରକ: ପଡୋଶୀ ଗ୍ରାମର କିଛି ଅସାମାଜିକ ଲୋକ ହରିଜନ ମହିଳାଙ୍କୁ ନିର୍ଯାତନା ଓ ଅଶ୍ଳୀଳ ଭାଷା ସହ ଧମକ ଦେଉଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କାଳିମେଘା ଗ୍ରାମର ରଞ୍ଜିତା ମହାଳିକ ଶାଶୁ-ଶ୍ବଶୁରଙ୍କ ସହ ଘରେ ରୁହନ୍ତି । ତାଙ୍କ ସ୍ୱାମୀ ବିଦେଶରେ ରହୁଥିବାବେଳେ ପଡୋଶୀ ଗ୍ରାମର କିଛି ଅସାମାଜିକ ଲୋକଙ୍କ ନିର୍ଯାତନାରେ ଶିକାର ହେଉଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତିହିଡ଼ି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଭଦ୍ରକ SPଙ୍କ ପାଖକୁ ଆସି ଅଭିଯୋଗ ଜଣାଇଛନ୍ତି ମହିଳା ଜଣଙ୍କ ।

ହରିଜନ ମହିଳାଙ୍କୁ ପଡୋଶୀଙ୍କ ନିର୍ଯାତନା: ନ୍ଯାୟ ପାଇଁ SPଙ୍କୁ ଲିଖିତ ଅଭିଯୋଗ

ସୂଚନା ଅନୁଯାୟୀ, ମଇ ମାସ ୧୧ ତାରିଖ ରାତି ୧୦ ଘଟିକା ସମୟରେ କୌଣସି କାରଣରୁ କିଛି ଲୋକ ରଞ୍ଜିତା ମହାଳିକଙ୍କ ଘର ଭିତରକୁ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଘରର କବାଟ, ଟିଭି ଭଳି ବିଭିନ୍ନ ଘରର ଜିନିଷପତ୍ର ଭାଙ୍ଗିଥିବା ବେଳେ ଏନେଇ ରଞ୍ଜିତା ମହାଳିକ ୮ ଜଣଙ୍କ ନାମରେ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ । ହେଲେ ଏନେଇ ତିହିଡ଼ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସୂଚନା ମିଳିଛି । ପ୍ରତିବାଦରେ ହରିଜନ ଘରର ମହିଳା ନ୍ଯାୟ ପାଇଁ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଜଣାପଡିଛି । ତେବେ ଏନେଇ ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details