ଭଦ୍ରକ:ତିନି ବର୍ଷର ଅନାବିଳ ପ୍ରେମକୁ ଧକ୍କା । ବିବାହ ପାଇଁ ଲଗ୍ନ ଧରା ପୂର୍ବରୁ ଫେରାର ହେଲା ପ୍ରେମିକ । ଏଣୁ ପ୍ରେମିକ ଦୁଆରେ ଅନଶନ ଜାରି ରଖିଛି ପ୍ରେମିକା । ଲଭ୍, ସେକ୍ସ ଆଉ ଧୋକ୍କାର ଶିକାର ହୋଇ ଶେଷରେ ନିଜ ଜୀବନକୁ ବାଜି ଲଗେଇଛି ପ୍ରେମିକା । ବିଧବା ମାଆଙ୍କ ସମେତ କେତେକ ସମ୍ପର୍କୀୟଙ୍କ ସହିତ ସେ ଅନଶନରେ ବସିଛି । ଏହି ଘଟଣା ଭଦ୍ରକ ଜିଲ୍ଲା ତିହିଡ଼ି ଗ୍ରାମରେ ଦେଖିବାକୁ ମିଳିଛି ।
ପ୍ରେମିକ ବିବାହ ନ କରିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ । ଯଦି ପ୍ରେମିକା ବିଫଳ ହୁଅନ୍ତି ତେବେ ପ୍ରେମିକ ଦୁଆରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ପୋଲିସ ହସ୍ତକ୍ଷେପ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିବା ଜଣାପଡ଼ିଛି । ଏଭଳି ସମ୍ବେଦନଶୀଳ ଘଟଣା ଜିଲ୍ଲାର ତିହିଡି ଗାଁରେ ଘଟିଛି । ଏହି ଗାଁର ଦୀପାଞ୍ଜଳି ଜେନା ଅମୁଲ୍ୟ ମାଝିଙ୍କ ପୁଅ ଜିତେନ୍ଦ୍ରଙ୍କ ସହ ୩ ବର୍ଷ ତଳେ ପରିଚୟ ହୋଇଥିଲା ।
ପ୍ରଥମେ ଜିତେନ୍ଦ୍ର ପ୍ରେମ ନିବେଦନ କରିଥିଲା ଏବଂ ଦୀପାଞ୍ଜଳି ରାଜି ନହେବାରୁ ଜିତେନ୍ଦ୍ର ଆତ୍ମହତ୍ୟା କରିବ ବୋଲି କହିଥିଲା । ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ନିବିଡ଼ ପ୍ରେମ ସମ୍ପର୍କ । ଏପରିକି ଗତ ପଣା ସଂକ୍ରାନ୍ତିରେ ଏକ ମନ୍ଦିରରେ ଦୀପାଞ୍ଜଳିଙ୍କ ମଥାରେ ସିନ୍ଦୁର ପିନ୍ଧାଇ ବିବାହର ପ୍ରତିଶୃତିକୁ ମଜବୁତ କରିଥିଲେ ଜିତେନ୍ଦ୍ର ।