ଓଡିଶା

odisha

ETV Bharat / state

ଯାତ୍ରାରେ ଅଶ୍ଲୀଳ ନାଚକୁ ବିରୋଧ, ମେଲୋଡି ମଝିରେ ଚପଲ ଫିଙ୍ଗିଲେ ମହିଳା - ନୃତ୍ୟାଙ୍ଗନାଙ୍କୁ ଚପଲ ଫିଙ୍ଗିଲେ ମହିଳା ଦର୍ଶକ

ଭଦ୍ରକ ଜିଲ୍ଲାରେ ପ୍ରସିଦ୍ଧ କାଳୀ ପୂଜା ଅବସରରେ ଆୟୋଜିତ ଯାତ୍ରାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅଶ୍ଳୀଳ ନୃତ୍ୟକୁ ବିରୋଧ କରି ନୃତ୍ୟାଙ୍ଗନାଙ୍କୁ ଚପଲ ଫିଙ୍ଗିଲେ ମହିଳା ଦର୍ଶକ । ଅଧିକ ପଢ଼ନ୍ତୁ

woman object against obscene dance at melody in bhadrak
ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ବିରୋଧ, ନୃତ୍ୟାଙ୍ଗନାଙ୍କ ଉପରକୁ ଚପଲ ଫିଙ୍ଗିଲେ ମହିଳା

By

Published : Oct 29, 2022, 10:15 AM IST

ଭଦ୍ରକ: ଯାତ୍ରାରେ ପୁଣି ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ । ଭଦ୍ରକରେ ପ୍ରସିଦ୍ଧ କାଳୀ ପୂଜା ଅବସରେ ଆୟୋଜିତ ଯାତ୍ରା ମଞ୍ଚରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ବିରୋଧ କରି ଜଣେ ମହିଳା ଦର୍ଶକ ନୃତ୍ୟାଙ୍ଗନାଙ୍କ ଉପରକୁ ଜୋତା ଫିଙ୍ଗିଛନ୍ତି । ଏହାପରେ ନିଜେ ମଞ୍ଚ ଉପରକୁ ଚଢ଼ି ତୀବ୍ର ପ୍ରତିବାଦ କରିଥିଲେ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ବିରୋଧ

ସୂଚନା ଅନୁଯାୟୀ, କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଯାତ୍ରା ପରିବେଷଣ ହେଉଛି । ଚରମ୍ପା ଅଞ୍ଚଳରେ ଯାତ୍ରା ରାଜ ନନ୍ଦିନୀ ଯାତ୍ରା ପରିବେଷଣ କରୁଛି । ରାଜ ନନ୍ଦିନୀ ଯାତ୍ରା ପ୍ରଦର୍ଶନ ବେଳେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ଯାତ୍ରା ପାର୍ଟିର ଜଣେ କଳାକାର ଆଧୁନିକ ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ତାଙ୍କ ନୃତ୍ୟରେ ଅଶ୍ଲୀଳତା ଅନୁଭବ କରି ଜଣେ ମହିଳା ଦର୍ଶକ ନୃତ୍ୟାଙ୍ଗନାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ । ଖାଲି ଏତିକି ନୁହେଁ ମଞ୍ଚ ଉପରକୁ ଚଢ଼ିଯାଇ ପ୍ରତିବାଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ଆଧୁନିକତା ନାମରେ ନଗ୍ନତା, କାଳୀପୂଜାରେ ଅଶ୍ଳୀଳ ନୃତ୍ୟ ପରିବେଷଣ

ଏହି ଘଟଣାକୁ ନେଇ କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଥିଲା । ଆୟୋଜକ କମିଟି ସଦସ୍ୟ ଓ ଯାତ୍ରା ପାର୍ଟିର ସଦସ୍ୟ ବହୁ ବୁଝାସୁଝା ପରେ ଯାତ୍ରା ସ୍ଥିତି ସ୍ବାଭାବିକ ହୋଇଥିଲା । ସୂଚନା ଥାଉକି ଖୋର୍ଦ୍ଧାରେ ମଧ୍ୟ କାଳୀ ପୂଜା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଶ୍ଲୀଳ ନୃତ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details