ଭଦ୍ରକ: କାଳ ହେଲା କାଳବୈଶାଖୀ । ନଳକୂପରୁ ପାଣି ଆଣୁଥିବା ବେଳେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଜଣକ ହେଲେ ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଭୂଇଁଚିଆ ସାହିର ବୀଣାପାଣି ଜେନା ।
ନଳକୂପରୁ ପାଣି ଆଣୁଥିବା ବେଳେ ବଜ୍ରାଘାତରେ ମହିଳା ମୃତ - ବଜ୍ରାଘାତ ଜନିତ ମୃତ୍ୟୁ
କାଳବୈଶାଖୀ ସମୟରେ ନଳକୂପରୁ ପାଣି ଆଣିବା ହେଲା କାଳ । ଗେଲଟୁଆ ପଞ୍ଚାୟତ ଭୂଇଁଚିଆ ସାହିର ବୀଣାପାଣି ଜେନା ପାଣି ଆଣୁଥିବାବେଳେ ବଜ୍ରାଘାତର ଶୀକାର ହୋଇଛନ୍ତି ।

ନଳକୂପରୁ ପାଣି ଆଣୁଥିବା ବଜ୍ରାଘାତରେ ମହିଳା ମୃତ
ନଳକୂପରୁ ପାଣି ଆଣୁଥିବା ବେଳେ ବଜ୍ରାଘାତରେ ମହିଳା ମୃତ
ବଜ୍ରାଘାତରେ ବୀଣାପାଣି ଗୁରୁତର ଭାବେ ଆହତ ହେବା ପରେ ତାଙ୍କୁ ଗ୍ରାମବାସୀ ମାନେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ପରେ ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Jun 7, 2020, 9:57 PM IST