ଓଡିଶା

odisha

ETV Bharat / state

'ଇଟିଭି ଭାରତ'କୁ ଯନ୍ତ୍ରଣା କାହାଣୀ କହିଲେ ପ୍ରସୂତି - ପ୍ରସୂତୀ ମହିଳା

ମୁହଁ ଖୋଲିଲେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାରଣ୍ଡାରେ ପ୍ରସବ କରିଥିବା ତିହିଡି ବ୍ଲକ ତଳ ଦୁମୁକା ଗ୍ରାମର ପ୍ରସୂତୀ ମହିଳା ରାନୁଲତା ଖିଲାର।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

By

Published : Oct 15, 2019, 8:43 PM IST

Updated : Oct 16, 2019, 9:03 AM IST

ଭଦ୍ରକ: ମୁହଁ ଖୋଲିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାରଣ୍ଡାରେ ପ୍ରସବ କରିଥିବା ତିହିଡି ବ୍ଲକ ତଳ ଦୁମୁକା ଗ୍ରାମର ପ୍ରସୂତୀ ମହିଳା ରାନୁଲତା ଖିଲାର। ତାଙ୍କର ଏହିପରି ଦୁରାବସ୍ଥା ପାଇଁ ଡାକ୍ତର ତଥା ଆମ୍ବୁଲାନ୍ସ ସେବାକୁ ସେ ସିଧାସଳଖ ଦାୟୀ କରିଛନ୍ତି। ଏନେଇ ସେ ଆଜି ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି।

'ଇଟିଭି ଭାରତ'କୁ ନିଜ ଯନ୍ତ୍ରଣାର କାହାଣୀ କହିଲେ ପ୍ରସୂତି

ଏଠି ଆମେ ପାରିବୁ ନାହିଁ ବୋଲି କଟକ ପଠାଇଲୁ। ଏଥିଯୋଗୁଁ ବାରଣ୍ଡାରେ ପଡି ପ୍ରସବ ଯନ୍ତ୍ରଣାକୁ ନେଇ ଛଟପଟ ହୋଇ ଦୁଇଟି ଶିଶୁ କନ୍ୟା ପ୍ରସବ କରିଥିବା ରାନୁଲତାଙ୍କ ପାଖକୁ କେହି ଡାକ୍ତର ଆସିନଥିବା ସେ କହିଛନ୍ତି । ତେବେ ରାନୁଲତାଙ୍କ ଏହି ବୟାନ ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଗତକାଲିର ଏହି ଘଟଣାକୁ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତୀବ୍ରନିନ୍ଦା କରାଯାଇଛି। ଏନେଇ ଆଜି ଏକ ପ୍ରତିନିଧି ଦଳ ସମ୍ପୃକ୍ତ ପ୍ରସୂତୀ ମହିଳାଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିସହ ଆଗାମୀ ଦିନରେ ଯଦି ଏହିପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିବ ତାହେଲେ ଏହାର ତୀବ୍ର ବିରୋଧ ରାଜରାସ୍ତାରେ ହେବ ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ବାସ୍ଥ୍ୟବିଭାଗକୁ ଚେତାବନୀ ଦେଇଛନ୍ତି ଏହାର କର୍ମକର୍ତ୍ତା ।

ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବିଭିନ୍ନ ସ୍ଥାନରେ ପ୍ରସୂତୀଙ୍କ ପ୍ରତି ହେଉଥିବା ଏହିପରି ଦୁର୍ଭାଗ୍ୟଜନକ ପରିସ୍ଥିତି କେବେ ସୁଧୁରିବ, ସେ ନେଇ ଉଠିଛି ପ୍ରଶ୍ନ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Oct 16, 2019, 9:03 AM IST

ABOUT THE AUTHOR

...view details