ଭଦ୍ରକ: ଜିଲ୍ଲାର ଧୁଷୁରୀ ଥାନା ଅନ୍ତର୍ଗତ ଦେବବ୍ରତ ଗୋଚ୍ଛାୟତଙ୍କ ପୁଅ ରାହୁଲ ବ୍ରାହ୍ମଣିପାଳ ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟାକୁ ୨ ବର୍ଷ ଧରି ଭଲ ପାଉଥିଲେ । ଏନେଇ ଘର ଲୋକ ଜାଣିବା ପରେ ପୁରୀ ନୃସିଂହ ନାଥ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପୂର୍ଣ୍ଣ କରି ଘରକୁ ଆଣିଥିଲେ । ପରେ ପୁଅ-ବୋହୂ ଖୁସିରେ ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ବୋହୂ ହରିପ୍ରିୟା ପାଠ ପଢିବାକୁ ଜିଦ୍ କରିଥିଲା ବୋଲି ଜଣାପଡିଛି । ତେଣୁ ପରିବାର ଲୋକ ଅନୁମତି ଅନୁଯାୟୀ, ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ହରିପ୍ରିୟାକୁ ଆଡମିସନ କରାଗଲା ଏବଂ ସେ ପାଠ ପଢିଲା ।
ତେବେ ନିଜ ସ୍ବାମୀ ସହ ପରୀକ୍ଷା ଦେବାକୁ ଯାଇଥିଲା ହରିପ୍ରିୟା । ପରୀକ୍ଷା ସରିବା ପରେ ସ୍ବାମୀ ଆଣିବାକୁ ମଧ୍ୟ ଯାଇଥିଲା । ହେଲେ ପରୀକ୍ଷା ହଲରୁ ହରିପ୍ରିୟା ବାହାରିବା ସମୟରେ, ନାଟକୀୟ ଢଙ୍ଗରେ ଏକ କାର୍ ଆସି ଲାଗିଲା କଲେଜ ଗେଟ୍ ଆଗରେ । ହରିପ୍ରିୟା କାର୍ କବାଟ ଖୋଲି ସିଧା କାରରେ ବସିଲେ ଆଉ କୁଆଡେ ପଳାଇଲା ବୋଲି ସୂଚନା ମିଳିଛି । ଏସବୁ ସ୍ବାମୀ ଆଖି ଆଗରେ ଘଟିଗଲା ।