ଭଦ୍ରକ:ଟାହିଟାପରାରୁ ଆତ୍ମହତ୍ୟା ଘଟଣା। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତରେ ଟାହିଟପରା ସହି ନପାରି ପରାଜିତ ପ୍ରାର୍ଥୀଙ୍କ ସ୍ବାମୀ ଆତ୍ମହତ୍ୟା କରିଥିଲେ। ତେବେ ତାଙ୍କ ସ୍ବାମୀଙ୍କ ଦଶାହ ଦିନ ପରାଜିତ ପ୍ରାର୍ଥୀ ସୁମତି ପରିଡ଼ା ଆଖି ବୁଜିଛନ୍ତି।
ପଦ୍ମପୁର ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଭାବେ ସୁମତି ପରିଡ଼ା ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ। ବିଜୟୀ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଉଥିଲେ। ଏହି ସମୟରେ ପରାଜିତ ପ୍ରାର୍ଥିନୀଙ୍କ ସ୍ଵାମୀ ରମାକାନ୍ତ ପରିଡ଼ା ଓ ବିଜୟୀ ପ୍ରାର୍ଥୀ ସମର୍ଥକଙ୍କ ମଧ୍ୟରେ ରାଜନୈତିକ ବିବାଦକୁ କେନ୍ଦ୍ର କରି ପାଟିତୁଣ୍ଡ ଓ ଗାଳିଗୁଲଜ ହୋଇଥିଲା। ଏହି ଘଟଣାରେ ରମାକାନ୍ତ ମାନସିକ ଭାରସାମ୍ୟ ହରାଇ ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଜାଣି ପତ୍ନୀ ସୁମତି ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।