ଭଦ୍ରକ: ଓଡ଼ିଶାକୁ କାଳ ହେଉଛି କୋଲକତା ଫେରନ୍ତା, ରାଜ୍ୟରେ ପୁଣି 3 ଆକ୍ରାନ୍ତ। ସମସ୍ତ ପଜିଟିଭ୍ କେସ ଭଦ୍ରକ ଅଞ୍ଚଳର। ଏହି 3 ଜଣ କଲିକତା ଫେରନ୍ତା ବୋଲି ଜଣାପଡିଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮3 ଛୁଇଁଲା।
ଭଦ୍ରକ ଜିଲ୍ଲାରେ ପୁଣି ତିନି ଜଣ କରୋନା ପଜିଟିଭ ବାହାରିବା ପରେ ଭଦ୍ରକ ପ୍ରଶାସନ ପକ୍ଷରୁ କଡା ଆଭିମୂଖ୍ୟ ଗ୍ରହଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 11ରେ ପହଞ୍ଚିଥିବା ବେଳେ ଦୁଇଜଣ ସୁସ୍ଥ ହୋଇଛନ୍ତି। ମୋଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବାସୁଦେବପୁର ବ୍ଲକରେ 6 ଜଣ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବ୍ଲକର ସୁଗୋ, ଏରତାଳ, ଲୁଙ୍ଗା, ପଦ୍ମପୁର, ଲକ୍ଷ୍ମିଦାସପୁର, ବିନାୟକପୁର, ଗୁଆଗଡିଆ, ବାଲିମେଦ ଓ ଅଢୁଆଁ ପଞ୍ଚାୟତକୁ ମିଶାଇ ମୋଟ 9 ଗୋଟି ପଞ୍ଚାୟତର 39 ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରଖାଯାଇଛି।