ଓଡିଶା

odisha

By

Published : Aug 6, 2019, 9:53 PM IST

ETV Bharat / state

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିରେ ପଦଯାତ୍ରା

ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପାଇଁ ପଦଯାତ୍ରା କରୁଛନ୍ତି ଜଗତସିଂହପୁର ଜିଲ୍ଲାର ଯୁବ ସମାଜ ସେବୀ । ରାଜ୍ୟର 314 ବ୍ଲକରେ କରିବେ ପଦଯାତ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଓଡିଶାକୁ ସ୍ୱତନ୍ତ୍ର ରାଜ୍ଯ ପାହ୍ଯା ମାନ୍ଯତା ଦାବିରେ ପଦଯାତ୍ରା । ଏହି ଦାବି ନେଇ ସମଗ୍ର ରାଜ୍ୟରେ ଥିବା 314 ବ୍ଲକ ପଦଯାତ୍ରା କରିବେ ଜଗତସିଂହପୁର ଜିଲ୍ଲାର ଯୁବ ସମାଜ ସେବୀ ସୁଶାନ୍ତ ଦାସ । ଏହି ପଦଯାତ୍ରା ସମୟରେ ସେ ବନ୍ତ ବ୍ଲକ ପରିସରରେ ବିଡିଓଙ୍କୁ ଦେଖା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାନୁଯାୟୀ, ଚଳିତ ବର୍ଷ ଜୁଲାଇ 10 ତାରିଖରୁ ସେ ପଦଯାତ୍ରା ଆରମ୍ଭ କରିଛନ୍ତି । କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଜିଲ୍ଲାରେ ଥିବା 25ଟି ବ୍ଲକ ଅତିକ୍ରମ କରିବାପରେ ବନ୍ତ ବ୍ଲକରେ ପହଞ୍ଚିଥିଲେ ସୁଶାନ୍ତ । ପରେ ବିଡିଓଙ୍କୁ ଦେଖା କରି ଓଡିଶାଙ୍କୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details