ଭଦ୍ରକ: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବି ହିଂସା । କେଉଁଠି ବୁଥ ଜବରଦଖଲ ତ କେଉଁଠି ଖବରଦାତାଙ୍କୁ ଆକ୍ରମଣ ଭଳି ଚିତ୍ର ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାରେ ଦୁଇଟି ବୁଥରେ ବାଲାଟ ପେପର ଫୋଲଡିଂକୁ ନେଇ ଉତ୍ତେଜନା । ଏ ନେଇ ପ୍ରିଜାଇଡିଂ ଅଫିସରଙ୍କୁ ଦାୟୀ କରିଛନ୍ତି ଗ୍ରାମବାସୀ ।
ଅଭିଯୋଗ ଅନୁସାରେ ବାଲାଟ ପେପରରେ ପ୍ରାର୍ଥୀଙ୍କ 3 ଟି ଚିହ୍ନ ଦେଖାଯାଉଥିଲା। ବାକି ଚିହ୍ନ ଦେଖା ନଯିବାରୁ ବୁଥରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଛି । 141 ଖଣ୍ଡ ଭୋଟ ପରେ ଭୋଟଦାନ ସ୍ଥଗିତ ରହିଛି । ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ 4 ଓ 5 ନମ୍ବର ୱାର୍ଡରେ ଭୋଟିଂ ଚାଲିଥିଲା । 141 ଖଣ୍ଡ ଭୋଟ ପରେ ସରପଞ୍ଚଙ୍କ ବାଲାଟରେ 3 ଟି ଚିହ୍ନ ଦିଶୁଥିବା ବେଳେ ଅନ୍ୟ ଚିହ୍ନ ଦେଖାଯାଉନଥିବା ଅଭିଯୋଗକୁ ନେଇ ଉତ୍ତେଜନା ଦେଖାଦେଇଛି ।