ଓଡିଶା

odisha

ETV Bharat / state

ଷ୍ଟେଜକୁ ଆସିଲେନି ନିଶା ମହାରାଣା, ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ

ନିଶାଙ୍କ ନାଁରେ ଟିକେଟ ବିକ୍ରି କଲା ଯାତ୍ରା କମିଟି । ନିଶା ମହାରଣା ନଆସିବାରୁ ଚେୟାର ଫିଙ୍ଗିଲେ ଦର୍ଶକ । ଅଧିକ ପଢନ୍ତୁ

By

Published : Feb 18, 2023, 9:26 AM IST

violence in yatra pendal at bhadrak
violence in yatra pendal at bhadrak

violence in yatra pendal at bhadrak

ଭଦ୍ରକ: ଯାତ୍ରା ପେଣ୍ଡାଲକୁ ଆସିଲେ ନାହିଁ ବିବାଦୀୟ ଆଇଟମ ଗାର୍ଲ ନିଶା ମହାରଣା । ନିଶାଙ୍କୁ ନପାଇ ଦର୍ଶକଙ୍କ ମୁଣ୍ଡରେ ଚଢିଲା ପିତ । ଯାତ୍ରା ଦେଖିବାକୁ ଆସି ନିରାଶ ହେବା ପରେ ଚେୟାର ଭାଙ୍ଗିଲେ ଦର୍ଶକ । ରଣକ୍ଷେତ୍ର ପାଲଟିଲା ଯାତ୍ରା ସ୍ଥଳ । ଶେଷରେ ଯାତ୍ରା ବନ୍ଦ କଲା କମିଟି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧିନ କାନପୁର ଖେଳ ପଡ଼ିଆରେ ।

ଗତକାଲି(ଶୁକ୍ରବାର) 'ଶ୍ରୀକ୍ଷେତ୍ର ଗଣନାଟ୍ୟ' କାନପୁର ଖେଳ ପଡ଼ିଆରେ ଯାତ୍ରା ପରିବେଷଣ କରୁଥିଲା ଏବଂ ଓଡ଼ିଶାର ଚର୍ଚ୍ଚିତ ଚେହେରା ନିଶା ମହାରଣା ଆସୁଥିବା କହି ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ଟିକେଟ ବିକ୍ରି କରିଥିଲା ଅନୁଷ୍ଠାନ । କିନ୍ତୁ ପରବର୍ତ୍ତୀ ସମୟରେ ଯାତ୍ରା ପେଣ୍ଡାଲକୁ ଆସିଲେ ନାହିଁ ନିଶା । ଯାତ୍ରା କରାଉଥିବା ଅନୁଷ୍ଠାନର କର୍ମକର୍ତ୍ତା ମାନେ କହିଥିଲେ ଯେ ନିଶା ମହାରଣା କୌଣସି ଏକ ମେଡିକାଲ କାର୍ଯ୍ୟରେ ରହିଯାଇଥିବାରୁ ଆସି ପାରିଲେ ନାହିଁ । କିନ୍ତୁ ଯାତ୍ରା କମିଟିର ଏପରି କଥା କଥାକୁ ସହଜରେ ଗ୍ରହଣ କରି ପାରି ନଥିଲେ ଦର୍ଶକ।

ଶେଷରେ ଟିକେଟ ଅର୍ଥ ରାଶି ଫେରସ୍ତ କରିବା ପାଇଁ ଦାବି କରିଥିଲେ । ଏହି ସମୟରେ କେତେକ ଦର୍ଶକ ଚେୟାର ଭାଙ୍ଗିବା ସହ ଆଉ କିଛି ଦର୍ଶକ ଚେୟାରକୁ ନିଜ ନିଜ ଘରକୁ ବୋହି ମଧ୍ୟ ନେଇଥିଲେ । ବହୁ ଦର୍ଶକ ଟିକେଟ କାଟିଥିଲେ ମଧ୍ୟ ଯାତ୍ରା ନଦେଖି ଗାଳିଗୁଲଜ କରିବା ସହ ଘରକୁ ଫେରିଲେ । ଯାତ୍ରାରେ ମେଲୋଡ଼ି ପରେ ଗଣ୍ଡଗୋଳ ହୋଇଥିଲା । ଫଳରେ ହେବାକୁ ଥିବା ଗଣନାଟ୍ୟ ବନ୍ଦ କରିଥିବା ଯାତ୍ରା କମିଟି । ଏନେଇ ଖବର ପାଇ ପିରହାଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଏହି ଘଟଣା ନେଇ ନିଶା ମହାରଣାଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ତେବେ ନିକଟରେ ନିଶା ମହାରଣା ବିବାଦରେ ଛନ୍ଦି ହୋଇପଡିଥିଲେ । ଯାହାକୁ ନେଇ କେତେକ ନାରୀ ସଂଗଠନ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ଏତଲା ଦେବା ସହ ପ୍ରତିବାଦ ମଧ୍ୟ କରିଥିଲେ । ତଥାପି କମିନି ନିଶାଙ୍କ କ୍ରେଜ । ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳୁଛି ନିଶାଙ୍କ ଜଲବା । ନିଜର ହଟ ଅନ୍ଦାଜରେ ଦର୍ଶକଙ୍କୁ ଘାଇଲା କରୁଛନ୍ତି ନିଶା । ଭଦ୍ରକରେ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ଗଣନାଟ୍ୟରେ ନିଶା ଆସିବା ନେଇ କମିଟି ତରଫରୁ କୁହାଯାଇଥିଲା । କିନ୍ତୁ ସେ ନ ଆସିବାରୁ ଯାତ୍ରା ପେଣ୍ଡାଲ ରଣକ୍ଷେତ୍ରରେ ପରିଣତ ହୋଇଥିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details