ଓଡିଶା

odisha

By

Published : Apr 6, 2020, 12:53 PM IST

ETV Bharat / state

ମାନିଲେନି ସାମାଜିକ ଦୂରତା କଟକଣା, ଦୋକାନ ସିଲ୍

ଲକ ଡାଉନ ଗାଇଡଲାଇନକୁ ଉଲଙ୍ଘନ । ସାମାଜିକ ଦୂରତା ନ ମାନିବାରୁ ଦୋକାନ ସିଲ । ଅଧିକ ପଢନ୍ତୁ...

Violation of Lock Down Guidelines in bhadrak
ସମାଜିକ ଦୂରତା ପାଇଁ ଦୋକାନ ସିଲ

ଭଦ୍ରକ: ସାମାଜିକ ଦୂରତ୍ବ କଟକଣା ନିୟମକୁ ନମାନିବାରୁ, ଭଦ୍ରକ ସହରର ବିଭିନ୍ନ ଦୋକାନ ଗୁଡିକ ସିଲ କରୁଛି ପ୍ରଶାସନ । ରବିବାର ସଟ ଡାଉନ କଟକଣାର ନିୟମ ରାତି 8 ଟାରେ ହଟିଥିଲା । ପୂର୍ବପରି ସହରରେ ଲକ ଡାଉନ କଟକଣା ନିୟମକୁ କଡାକଡ଼ି କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ମୁଖ୍ୟତଃ ଲୋକମାନେ ଓ ଦୋକାନୀ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ କହିଥିଲେ ।

ସମାଜିକ ଦୂରତା ପାଇଁ ଦୋକାନ ସିଲ

କିନ୍ତୁ ସୋମବାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ଦୋକାନ ଗୁଡିକରେ ଅହେତୁକ ଭିଡ଼ ଲାଗିଥିଲା । ହେଲେ ଦୋକାନୀ କି ଗ୍ରାହକ କେହିବି ସାମାଜିକ ଦୂରତ୍ବ କଟକଣାକୁ ମାନି ନଥିଲେ । ଫଳରେ ଏହି ନିୟମକୁ ଉଲ୍ଲଙ୍ଘନ କରୁଥିବା ଦୋକାନ ଗୁଡିକୁ ଶେଷରେ ସିଲ କରିଛି ପ୍ରଶାସନ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details