ଓଡିଶା

odisha

ETV Bharat / state

ବିପଦ ବେଳେ ବିଧାୟକ ଉଭାନ ! ଯାଇଥିଲେ ଭୋଟ ମାଗି, ଘେରିଗଲେ ଗ୍ରାମବାସୀ - ବିଧାୟକଙ୍କୁ ଘେରିଲେ ଲୋକେ

ପଞ୍ଚାୟତ ନିର୍ବାଚନ ପାଇଁ ଗାଁ କୁ ପ୍ରଚାର ପାଇଁ ଯାଇଥିବା ବିଧାୟକଙ୍କୁ ହଟହଟା ହେବାକୁ ପଡିଛି। ଗ୍ରାମବାସୀ ବିଧାୟକଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିବା ବେଳେ, ବିଧାୟକ ବେସ ହଟହଟାର ଶିକାର ହୋଇଛନ୍ତି। ଅଧିକ ପଢନ୍ତୁ

ବିଷ୍ଣୁବ୍ରତ ରାଉତରାୟ
ବିଷ୍ଣୁବ୍ରତ ରାଉତରାୟ

By

Published : Feb 4, 2022, 10:35 PM IST

ଭଦ୍ରକ: ପଞ୍ଚାୟତ ନିର୍ବାଚନ ପାଇଁ ଗାଁ କୁ ପ୍ରଚାର ପାଇଁ ଯାଇଥିବା ବିଧାୟକଙ୍କୁ ହଟହଟା ହେବାକୁ ପଡିଛି। ଗ୍ରାମବାସୀ ବିଧାୟକଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିବା ବେଳେ ବିଧାୟକ ବେଶ ହଟହଟାର ଶିକାର ହୋଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବିଦେଇପୁର ପଞ୍ଚାୟତକୁ ଆଜି ସ୍ଥାନୀୟ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯାଇଥିଲେ।

ବିପଦବେଳେ ବିଧାୟକ ଉଭାନ! ଏବେ ଯାଇଥିଲେ ଭୋଟ ମାଗି, ଘେରିଗଲେ ଗ୍ରାମବାସୀ

ବିଦେଇପୁର ପଞ୍ଚାୟତର ଗୋପାଳ ସାହିରେ ଘର ଘର ବୁଲି ନିର୍ବାଚନ ପ୍ରଚାର କରୁଥିବା ବେଳେ ଘେରି ଯାଇଥିଲେ ଗ୍ରାମବାସୀ। ବାତ୍ୟା ଓ କରୋନା ସମୟରେ ବିଧାୟକ ଥରୁଟିଏ ବି ଗାଁକୁ ଆସି ନଥିଲେ ବୋଲି ଜଣାପଡିଛି। ଏବେ ନିର୍ବାଚନ ସମୟରେ ଭୋଟ ମାଗିବା ପାଇଁ ଆସିଛନ୍ତି। ବିପଦ ସମୟରେ ବିଧାୟକ କେଉଁଠି ଥିଲେ ବୋଲି ଗ୍ରାମବାସୀ ପ୍ରଶ୍ନ କରି ବିଧାୟକଙ୍କୁ ଘେରି ଯାଇଥିଲେ।

ବାଧ୍ୟ ହୋଇ ବିଧାୟକ ଗ୍ରାମର ଜଣଙ୍କ ଘରେ ଯାଇ ଆଶ୍ରୟ ନେଇଥିଲେ। ଦୀର୍ଘ ସମୟ ଧରି ବିଧାୟକ ଘର ଭିତରେ ଥିବା ବେଳେ ଗ୍ରାମବାସୀ ବାହାରେ ହୋ ହାଲ୍ଲା କରିଥିଲେ। ଶେଷରେ କସିଆ ସାମୁଦ୍ରିକ ଥାନା ପୁଲିସ ଆସି ବିଧାୟକଙ୍କୁ ଉଦ୍ଧାର କରିଥିଲା। ତେବେ ଏନେଇ ବିଧାୟକ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details