ଓଡିଶା

odisha

ETV Bharat / state

ଅତିଷ୍ଠ କଲା ବୁଲା କୁକୁର ଓ ଗାଈଗୋରୁଙ୍କ ପ୍ରାଦୁର୍ଭାବ, ଘଉଡ଼ାଇ ତହସିଲ କାର୍ଯ୍ୟାଳୟରେ ଛାଡ଼ି ଦେଇ ଆସିଲେ ଲୋକେ - ଷଣ୍ଢ ଏବଂ ବୁଲା ଗାଈ ଗୋରୁ

ଷଣ୍ଢ ଏବଂ ବୁଲା ଗାଈ ଗୋରୁଙ୍କୁ ନେଇ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟରେ ଜିମା ଦେଲେ ଚାଷୀ ଏବଂ ସ୍ଥାନୀୟ ଲୋକେ। ଅଧିକ ପଢନ୍ତୁ

villagers left street animals at Tehsil office
villagers left street animals at Tehsil office

By ETV Bharat Odisha Team

Published : Sep 26, 2023, 12:14 PM IST

ଅତିଷ୍ଠ କଲା ବୁଲା ଗାଈ ଗୋରୁଙ୍କ ପ୍ରାଦୁର୍ଭାବ

ଭଦ୍ରକ: ଷଣ୍ଢ ଓ ବୁଲା ଗାଈ ଗୋରୁଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ହେଲେ ଲୋକେ । ଶେଷରେ ଷଣ୍ଢ ଓ ବୁଲା ଗାଈ ଗୋରୁଙ୍କୁ ନେଇ ତହସିଲ କାର୍ଯ୍ୟାଳୟରେ ଜିମା ଦେଇ ଫେରିଲେ ଚାଷୀ ଏବଂ ସ୍ଥାନୀୟ ଲୋକେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଏପରି ଘଟଣା ଘଟିବା ଜଣାପଡ଼ିଛି । ଚାନ୍ଦବାଲି ଅଞ୍ଚଳରେ ଶହ ଶହ ଷଣ୍ଢ ଦୀର୍ଘ ଦିନ ହେବ ଚାଷୀଙ୍କ ନାକେଦମ କରି ସାରିଲେଣି। ସେମାନେ ଚୀଷ କରିଥିବା ଜମିରେ ପଶି ଧାନ ସହ ବିଭିନ୍ନ ପନିପରିବା ଫସଲ କୁ ଖାଇବା ସହିତ ନଷ୍ଟ ମଧ୍ୟ କରୁଥିଲେ । ଏଥିସହ ପ୍ରତ୍ୟେକ ଦିନ ରାସ୍ତାରେ ଷଣ୍ଢ ଏବଂ ବୁଲା ଗାଈଗୋରୁଙ୍କ ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହୋଇଛି ।

ଖାଲି ସେତିକି ନୁହଁ ବିଭିନ୍ନ ବଜାର ତଥା ଜନ ଗହଳି ସ୍ଥାନ ମାନଙ୍କରେ ଅଧିକାଂଶ ସମୟରେ ଷଣ୍ଢ ଲଢେଇ ଯୋଗୁଁ ମଟର ସାଇକେଲ ସମେତ ବହୁ ଦୋକାନ ମଧ୍ୟ ଭାଙ୍ଗିଛି । ଏନେଇ କିଛି ପଦକ୍ଷେପ ନେବାକୁ ଚାଷୀ ଓ ସ୍ଥାନୀୟ ଲୋକେ ବାରମ୍ଵାର ପ୍ରଶାସନ ନିକଟରେ ଗୁହାରି କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା। କିଛି ଦିନ ତଳେ ଚାନ୍ଦବାଲି ପୌରାଞ୍ଚଳ ଏବଂ ତହସିଲ ପକ୍ଷରୁ ଷଣ୍ଢ ଏବଂ ବୁଲା ଗୋରୁ ଗାଈ ମାନଙ୍କୁ ସେମାନଙ୍କ ମାଲିକ ମାନେ ନିଜ ଅକ୍ତିଆରରେ ରଖିବା ପାଇଁ ଡାକବାଜି ଯନ୍ତ୍ର ଜରିଆରେ କୁହାଯାଇଥିଲା। ଏଥିପାଇଁ ସପ୍ତାହେ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ହେଲେ ଏହି ଘୋଷଣା ପରେ ମଧ୍ୟ ଫଳାଫଳ ଶୂନ । ଶେଷରେ ଚାନ୍ଦବାଲି ଅଞ୍ଚଳର ଚାଷୀ ଏବଂ ସ୍ଥାନୀୟ ଲୋକେ ଷଣ୍ଢ ଏବଂ ବୁଲା ଗୋରୁଗାଈଙ୍କୁ ଉଚିତ ସ୍ଥାନରେ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ । ଏହାପରେ ସେମାନଙ୍କୁ ବିଭିନ୍ନ ସ୍ଥାନରୁ ଘଉଡ଼ାଇ ଆଣି ଏକ ଶୋଭାଯାତ୍ରାରେ ନେଇ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ପରିସରରେ ଛାଡ଼ିଥିଲେ ।

ଏହା ମଧ୍ୟ ପଢନ୍ତୁ- ଦିଲ୍ଲୀ ଏନସିଆରରେ ବୁଲା ଗୋରୁ ଆତଙ୍କ, ଷଣ୍ଢ ଆକ୍ରମଣରେ ଛାତ୍ରୀ ଗୁରୁତର

ପ୍ରଶାସନ ଡାକବାଜି ଯନ୍ତ୍ର ଜରିଆରେ କେବଳ ପ୍ରଚାର କରି ନିଜ କାମ ସାରି ଦେଉଛି । କିନ୍ତୁ କୌଣସି ପ୍ରଭାବ ନପଡ଼ିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ତେଁଣୁ ଏପରି କରିବାକୁ ବାଧ୍ୟ ହୋଇଥିଲେ ଚୀଷୀ ଓ ସ୍ଥାନୀୟ ଲୋକେ । ଏନେଇ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details