ଓଡିଶା

odisha

ETV Bharat / state

କୋରୋନାରେ ମୃତ ବ୍ୟକ୍ତିଙ୍କୁ ଛୁଇଁଲେନି ସାହି ଭାଇ, ସତ୍କାର କଲା ପ୍ରଶାସନ

କୋରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହ ଶବ ଛୁଇଁଲେ ନାହିଁ ସାହି ଭାଇ । ଶେଷରେ ମୃତଦେହ ସତ୍କାର କଲେ ସ୍ଥାନୀୟ ପ୍ରଶାସନ । ଅଧିକ ପଢନ୍ତୁ...

କୋରୋନାରେ ମୃତ୍ୟୁ ହେବାରୁ ମୃତ ଦେହ ଛୁଇଁଲେ ନାହିଁ ସାହି ଭାଇ, ସତ୍କାର କଲା ପ୍ରଶାସନ
କୋରୋନାରେ ମୃତ୍ୟୁ ହେବାରୁ ମୃତ ଦେହ ଛୁଇଁଲେ ନାହିଁ ସାହି ଭାଇ, ସତ୍କାର କଲା ପ୍ରଶାସନ

By

Published : Jun 18, 2021, 8:23 AM IST

ଭଦ୍ରକ:କୋରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହ ଶବ ଛୁଇଁଲେ ନାହିଁ ସାହି ଭାଇ । ଶେଷରେ ମୃତଦେହ ସତ୍କାର କଲେ ସ୍ଥାନୀୟ ପ୍ରଶାସନ । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ନଦୀଗାଁ ପଞ୍ଚାୟତ ବଡ଼ ତିରଣ ଗାଁରେ । ଗ୍ରାମରେ ବର୍ଷୀୟାନ କଳାକାର ଭାବେ ଜଣାଶୁଣା ବାସୁଦେବ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ରହିଥିଲେ।

କୋରୋନାରେ ମୃତ୍ୟୁ ହେବାରୁ ମୃତ ଦେହ ଛୁଇଁଲେ ନାହିଁ ସାହି ଭାଇ, ସତ୍କାର କଲା ପ୍ରଶାସନ

ଏଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରିବାରର ଅନେକ ଲୋକ ମଧ୍ୟ ଥଣ୍ଡା ଜ୍ଵରରେ ଅସୁସ୍ଥ ଥିଲେ। ନିଜ ପୁଅ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସା ହୋଇ ଏବେ ଘରକୁ ଫେରିଛନ୍ତି। ଏହି ପରିସ୍ଥିତିରେ ବାସୁଦେବଙ୍କର କୋରୋନାରେ ମୃତ୍ୟୁ ହୋଇଛି। ତେବେ କୋରୋନା ଭୟରେ ଶେଷ ସମୟରେ ବି ସାହି ଭାଇ ତାଙ୍କ ମୃତଦେହ ଛୁଇଁଲେନି ।

ଫଳରେ ଗାଁ ଦାଣ୍ଡରେ ମୃତ ଶରୀର ବହୁ ସମୟ ଧରି ପଡ଼ି ରହିଥିଲା । ଏହି ଖବର ସ୍ଥାନୀୟ ବ୍ଳକ ପ୍ରଶାସନ ଜାଣିଵା ପରେ, ପଞ୍ଚାୟତ ସରପଞ୍ଚଙ୍କ ସମେତ ସ୍ବାସ୍ଥ୍ୟ କର୍ମୀ ମାନେ ପହଞ୍ଚି ପିପିଇ କିଟ ପିନ୍ଧି ମୃତ ବ୍ୟକ୍ତିଙ୍କୁ କାନ୍ଧ ଦେଇ ସତ୍କାର କରିଥିଲେ ।

ଭଦ୍ରକ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details