ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢାଉ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବରଣ୍ଡୁଆ ସେବା ସମବାୟ ସମିତି ସଭାପତି ତଥା ବରଣ୍ଡୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ନଗେନ୍ଦ୍ର ବିଶ୍ଵାଳଙ୍କ ଘର ସମେତ ବିଭିନ୍ନ 10ଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି ।
ଭିଜିଲାନ୍ସ ଜାଲରେ ସମବାୟ ସମିତି ସଭାପତି, 10ଟି ସ୍ଥାନରେ ଚଢାଉ - Vigilance raid on former sarpanch
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢାଉ । ଵାଲେଶ୍ବର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ସୂଚନା ଅନୁଯାୟୀ ନଗେନ୍ଦ୍ର ବିଶ୍ଵାଳଙ୍କ ବରଣ୍ତୁଆ ଗାଁ ବାସଭବନ, ପେଟ୍ରୋଲ ପମ୍ପ, ବେତଡା ବଜାରର ବାସ ଭବନ, ଭୁବନେଶ୍ବର ନୟାପଲ୍ଳୀରେ ଥିବା ପୁତୁରାର ବାସଭବନ, ବାସୁଦେବପୁରସ୍ଥିତ ଶାଳକଙ୍କ ବାସଭବନ, ଛତୁଆ ଫ୍ୟାକ୍ଟ୍ରି, ବରଣ୍ତୁଆ ପଂଚାୟତର କାର୍ଯ୍ୟାଳୟ, ରାଇସ ମିଲ, ବରଣ୍ତୁଆ ସମବାୟ ସମିତି କାର୍ଯ୍ୟାଳୟ ଏବଂ ବେତଡାସ୍ଥିତ ହିରୋ ସୋରୁମ ସମେତ 10ଟି ସ୍ଥାନରେ ଏହି ଚଢାଉ କରାଯାଉଥିବା ଜଣାପଡ଼ିଛି । ବାଲେଶ୍ବର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Aug 1, 2019, 10:55 AM IST