ଓଡିଶା

odisha

ETV Bharat / state

ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ SDPOଙ୍କୁ ଭେଟିଲେ ପୀଡିତ

ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ପଞ୍ଚାୟତ ଅଧିନ ଧୂଳିପଦା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚାନ୍ଦବାଲି ଏସଡିପିଓଙ୍କୁ ଭେଟିଲେ ପୀଡିତ ସ୍ବାମୀ ସ୍ତ୍ରୀ । ଅଧିକ ପଢନ୍ତୁ

By

Published : Dec 26, 2022, 7:39 AM IST

ସ୍ୱାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା
ସ୍ୱାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

ସ୍ୱାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ ଘଟଣା। ବାପ ପୁଅଙ୍କ ମରଣାନ୍ତକ ଆକ୍ରମଣରେ ସ୍ଵାମୀ ସ୍ତ୍ରୀ ଗୁରୁତର ହୋଇଥିଲେ। ଏନେଇ ପୀଡିତ ଥାନାରେ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ ଫଳ ମିଳିନଥିଲା । ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚାନ୍ଦବାଲି ଏସଡିପିଓଙ୍କୁ ଭେଟିଲେ ପୀଡିତ ସ୍ବାମୀ ସ୍ତ୍ରୀ ।

ସୂଚନାଅନୁସାରେ, ଭଦ୍ରକରେ ବାପ ପୁଅଙ୍କ ମରଣାନ୍ତକ ଆକ୍ରମଣରେ ସ୍ଵାମୀ ସ୍ତ୍ରୀ ଗୁରୁତର ହୋଇଥିଲେ । ଉଭୟଙ୍କୁ ଗରୁତର ଅବସ୍ଥାରେ ପ୍ରଥମେ ତିହିଡି ଓ ପରେ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏଭଳି ଅଭାବନୀୟ ଘଟଣା ଘଟିଥିଲା ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ପଞ୍ଚାୟତ ଅଧିନ ଧୂଳିପଦା ଗାଁରେ । ପରବର୍ତ୍ତୀ ପର୍ଯ୍ୟାୟରେ ଆକ୍ରମଣର ଶିକାର ହୋଇଥିବା ସ୍ତ୍ରୀ (ସ୍ନେହଲତା)ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଭଦ୍ରକ ଠାରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ଏଥିସହ ସ୍ଵାମୀ ସ୍ତ୍ରୀ ରହୁଥିବା ଘରକୁ ଅପର ଗୋଷ୍ଠୀ ତାଲା ମାରି ବନ୍ଦ କରିଦେଇଥିଲେ । ଫଳରେ ନିରୁପାୟ ହୋଇ ଅନ୍ୟତ୍ର ରହିବା ପାଇଁ ବାଧ୍ୟ ହୋଇଥିଲେ ଉଭୟେ ।

ଏହା ମଧ୍ୟ ପଢନ୍ତୁ: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: କଣ୍ଟାବାଞ୍ଜି ଜେଲର ମୁଲାକାତ ରେଜିଷ୍ଟର ଜବତ କଲା କ୍ରାଇମବ୍ରାଞ୍ଚ

ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉନଥିବାରୁ ସେମାନେ ଭୟଭିତ ହୋଇ ରହିଖିବା କଥା କହିଛନ୍ତି । ଏହା ସହିତ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚାନ୍ଦବାଲି ଏସଡିପିଓଙ୍କୁ ଭେଟିଥିବା ଜଣାଯାଇଛି। ଧୂଳିପଦା ଗାଁର ଉମେଶ ଚନ୍ଦ୍ର ସାହୁ ଚାନ୍ଦବାଲି ଥାନା ସାଏନ୍ତା ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ଝିଅ ସ୍ନେହଲତା ସାହୁଙ୍କୁ ଗତ 16 ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ସ୍ନେହଲତାଙ୍କର ଦୁଇଟି ଛୁଆ ଜନ୍ମ ହୋଇଥିଲା । ତେବେ କୌଣସି କାରଣରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ନେହଲତାଙ୍କ ପ୍ରତି ଅସହ୍ୟ ହୋଇ ଅପରପକ୍ଷ ଅତି ଦୟନୀୟ ଭାବେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଜଣାପଡିଛି । ତେବେ ସାମାନ୍ୟ କଥାକୁ କେନ୍ଦ୍ରକରି ଗତ ୧୪ ତାରିଖ ପୂର୍ବାହ୍ନରେ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details