ଓଡିଶା

odisha

ETV Bharat / state

ବାତ୍ୟା ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଏରିଏଲ ସର୍ଭେ - yaas

ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଧାମରା, ବାସୁଦେବପୁର ଅଞ୍ଚଳକୁ ଅକାଶମାର୍ଗରୁ ପରିଦର୍ଶନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ବାତ୍ୟା ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଏରିଏଲ ସର୍ଭେ
ଧର୍ମେନ୍ଦ୍ର ପ୍ରଧାନଙ୍କ ବାତ୍ୟାଞ୍ଚଳ ପରିଦର୍ଶନ

By

Published : May 30, 2021, 2:11 PM IST

Updated : May 30, 2021, 3:32 PM IST

ଭଦ୍ରକ: ବାତ୍ୟା ୟସର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଧାମରା, ବାସୁଦେବପୁର ଅଞ୍ଚଳକୁ ଅକାଶମାର୍ଗରୁ ପରିଦର୍ଶନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଆକାଶମାର୍ଗରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାତ୍ୟାଞ୍ଚଳ ପରିଦର୍ଶନ

ପ୍ରଥମେ ଚାନ୍ଦବାଲି, ଧାମରା, ବାସୁଦେବପୁର ଅଞ୍ଚଳକୁ ଅକାଶମାର୍ଗରୁ ପରିଦର୍ଶନ କରିବା ପରେ ଧାମରା ପୋର୍ଟ ସ୍ଥିତ ହେଲିପ୍ୟାଡ଼ରେ ଅବତରଣ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା ଅଞ୍ଚଳର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ପ୍ରଭାବିତଙ୍କ ସହିତ ଆଲୋଚନା କରିଛନ୍ତି । ଏହା ସହିତ ଦୋସିଙ୍ଗା, ଜାଗୁଳା ଓ ଧାମରା ଗ୍ରାମପଞ୍ଚାୟତ ସହ ପାଇକସାହି, ବଳଭଦ୍ର ପ୍ରସାଦ, ଝାରକଟି ଆଦି ଗ୍ରାମକୁ ଯାଇ ବାତ୍ୟା ପୀଡିତଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଏରିଏଲ ସର୍ଭେ

ତେବେ ସମସ୍ତ ପ୍ରଭାବିତଙ୍କୁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ସହଯାଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶ୍ୱାସନା ଦେଇଥିବା ଜଣାପଡିଛି । ପ୍ରକାଶ ଥାଉ କି ଗତ 26 ତାରିଖରେ ଭଦ୍ରକ ଓ ବାଲେଶ୍ବରରେ ତାଣ୍ଡବ ରଚିଥିଲା ବାତ୍ୟା ୟସ । ଯାହାର କ୍ଷୟକ୍ଷତି ଆକଳନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭଦ୍ରକରୁ ଦେବାଶିଷ ମହାପାତ୍ର ଓ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 30, 2021, 3:32 PM IST

ABOUT THE AUTHOR

...view details