ଓଡିଶା

odisha

ETV Bharat / state

ଚୋର ସନ୍ଦେହରେ 2 ଯୁବକଙ୍କୁ ନିସ୍ତୁକ ମାଡ - public

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ମୁନିସିପାଟଣା ଗାଁରେ ଚୋର ସନ୍ଦେହରେ 2 ଯୁବକଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକେ। ଲୋକଙ୍କ ମାଡ଼ରେ 2 ଯୁବକ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : May 29, 2019, 11:38 PM IST


ଭଦ୍ରକ: ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଲୋକେ । ଏଭଳି ଅମାନବୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ମୁନିସିପାଟଣା ଗାଁରେ । ଉଭୟ ଯୁବକଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଉଭୟ ଯୁବକ ହେଲେ ହବିବ ନଗର ଓ ଶାମପୁରର ଅଞ୍ଚଳର ସେକ୍‌ ନୌସଦ ଆଲାମ ଓ ସେକ୍‌ ମୁମତାଜ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ଉଭୟେ ଯୁବକ ମୁନିସିପାଟଣା ଗାଁରେ ସନ୍ଦେହଜନକ ଭାବେ ବୁଲିଥିଲେ । ପରେ ଉଭୟଙ୍କୁ ସ୍ଥାନୀୟ ଲୋକେ ଦେଖି ଡାକିଥିଲେ । ହେଲେ ଉଭୟ ଯୁବକ ଦୌଡି ପଳାଇବା ପାଇଁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ କାବୁ କରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ ।

ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଏନେଇ କୌଣସି ମାମଲା ରୁଜୁ ହୋଇ ନଥିବା ସୂଚନା ରହିଛି ।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details