ଓଡିଶା

odisha

By

Published : Dec 22, 2019, 11:23 PM IST

ETV Bharat / state

ଭଦ୍ରକରୁ 2ଟି କୋଇଲା ବୋଝେଇ ଟ୍ରକ ଜବତ, ଦୁଇ ଗିରଫ

ଭଦ୍ରକର ବାସୁଦେବପୁର ପୋଲିସ ବେଆଇନ ଭାବେ ଚାଲାଣ ହେଉଥିବା 2ଟି କୋଇଲା ବୋଝେଇ ଟ୍ରକକୁ ଜବତ କରିଛି। ଏହା ସହ ଦୁଇ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରିଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

two coal truck seized
ଭଦ୍ରକରୁ 2ଟି କୋଇଲା ବୋଝେଇ ଟ୍ରକ ଜବତ

ଭଦ୍ରକ: ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ଦୁଇଟି କୋଇଲା ବୋଝେଇ ଟ୍ରକକୁ ବାସୁଦେବପୁର ପୋଲିସ ଜବତ କରିଛି। ଏହାସହ ଉଭୟ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଡ୍ରାଇଭରଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି ।

ଭଦ୍ରକରୁ 2ଟି କୋଇଲା ବୋଝେଇ ଟ୍ରକ ଜବତ

ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଦେହରେ ଦୁଇଟି ଟ୍ରକକୁ ଅଟକାଇବା ପରେ ସେଥିରେ ବେଆଇନ ଭାବେ କୋଇଲା ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା । ପରେ ପୋଲିସ 382/19ରେ ଏକ ମାମଲା ରୁଜୁ କରି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରିଥିଲା।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details