ଭଦ୍ରକ: ପୋଖରୀ ନିକଟରେ ଥିବା ଏକ ଜୋରରେ ବୁଡି ଦୁଇ ଶିଶୁପୁତ୍ର ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ।
ଖବର ଅନୁଯାୟୀ ଜଳେଶ୍ୱର ପଞ୍ଚାୟତ ନୂଆଗାଁ ଇଛାପୁରର ଧନେଶ୍ୱର ମହାଳିକଙ୍କ ପୁଅ ଜଗା ମହାଳିକ ଓ ନାଲଗୁଣ୍ଡା ପଞ୍ଚାୟତର ଇଟୁଆ ଗାଁର ବେଣୁଧର ମହାଳିକଙ୍କ ପୁଅ ବାପୁନ ମହାଳିକ ମତୋ ପରମାନନ୍ଦପୁର ବଇଦ ପୋଖରୀ ଆଡେ ଯାଇଥିଲେ । ତେବେ ଅନେକ ସମୟ ଧରି ସେମାନେ ସେଠାରୁ ନ ଫେରିବାରୁ, ପରିବାର ଲୋକେ ଖୋଜାଖୋଜି କରିଥିଲେ । ଶେଷରେ ପୋଖରୀ ନିକଟରେ ଥିବା ଜୋରରେ ସଂଜ୍ଞାହୀନ ଅବସ୍ଥାରେ ସେମାନେ ଭାସୁଥିବାର ନଜର ଆସିଥିଲା । ପରେ ଉଭୟଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।