ଓଡିଶା

odisha

ETV Bharat / state

ବିଦ୍ୟୁତ ତାର ଲାଗି ଚାଲିଗଲା 2 ଶିଶୁଙ୍କ ଜୀବନ - ବିଦ୍ୟୁତ ତାର

ଭଦ୍ରକ ଜିଲ୍ଲାରେ ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଶିଶୁ ମୃତ । ଅଧିକ ପଢନ୍ତୁ

children died due to electric shock
children died due to electric shock

By

Published : Mar 25, 2023, 8:03 AM IST

children died due to electric shock

ଭଦ୍ରକ:ଜିଲ୍ଲାରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ଶିଶୁର ଜୀବନ । ଭଦ୍ରକ ଜିଲ୍ଲାର ଗେଲଟୁଆ ଗ୍ରାମ ପଞ୍ଚାୟତ ଏବଂ ଧାମନଗର ଥାନା ଅଞ୍ଚଳରୁ ଏହି ଦୁଇ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବିଦ୍ୟୁତ ଖୁଣ୍ଟର ଷ୍ଟେ ତାର ଲାଗି ଦୁହିଁଙ୍କର ମୃତ୍ୟୁ ହୋଇଛି । ତେବେ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ନିରୀହ ଶିଶୁଙ୍କ ଜୀବନ ଯାଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଗେଲଟୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିଉ କଲୋନୀ ଆଦିବାସୀ ସାହି ଅଞ୍ଚଳର ତୁଳସୀ ମୁଣ୍ଡାଙ୍କର 8 ବର୍ଷୀୟ ପୁଅ ଖେଳୁଥିବା ବେଳେ କୌଣସି କାରଣରୁ ସେଠାରେ ଥିବା ବିଦ୍ୟୁତ ଖୁଣ୍ଟର ଷ୍ଟେ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଜୋରରେ ଝଟକା ଲାଗିବା ସହ ଷ୍ଟେ ତାର ଧରି ସେଠାରେ ହିଁ ରହିଯାଇଥିଲେ । ଏହାଦେଖି ଗ୍ରାମବାସୀ ସଙ୍ଗେ ସଙ୍ଗେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ପାଇଁ ମାଆ କୋଳରୁ ଏକମାତ୍ର ପୁଅ ଚାଲିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: International Day of Unborn Child 2023: ସଚେତନ ରହିଲେ ହ୍ରାସ ପାଇବ ଗର୍ଭସ୍ଥ ଶିଶୁ ମୃତ୍ୟୁହାର

ସେହିପରି ଭାବେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ମୁଲାସାହିର 8 ନମ୍ୱର ୱାର୍ଡରେ ମଧ୍ୟ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ ଖୁଣ୍ଟରେ ଲାଗିଥବା ଷ୍ଟେ ତାର ସଂଷ୍ପର୍ଶରେ ଆସି 3 ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏସ କେ ଜୁମା ନାମକ 3 ବର୍ଷର ଛୋଟ ପିଲାଟିଏ ଖେଳୁଥିବା ସମୟରେ ଘର ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଷ୍ଟେ ତାରକୁ କୌଣସି କାରଣରୁ ଧରିଦେବାରୁ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ପିଲାଟି ସେଠାରେ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଧାମନଗର ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଏହିପରି ଅଘଟଣ ବାରମ୍ବାର ଘଟୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଅନ୍ୟପଟେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛି ବିଦ୍ୟୁତ ବିଭାଗ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details