ଭଦ୍ରକ: ଘନ କୁହୁଡି ଯୋଗୁଁ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କାର । ଏଥିରେ ତିନି ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:ପାରାଦ୍ୱୀପ ମହୋତ୍ସବର ଶୁଭାରମ୍ଭ, 7ଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ ମଞ୍ଚ
କାର ଦୁଇଟି ଭୁବନେଶ୍ବରରୁ କୋଲକାତା ଅଭିମୁଖେ ଯାଉଥିବା ସୂଚନା ମିଳିଛି । ଖବର ଅନୁଯାୟୀ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲୁଥିବା ଯୋଗୁଁ ଏକାଧିକ ସ୍ଥାନରେ ରାସ୍ତାକୁ ଡାଇଭର୍ସନ କରାଯାଇଛି। ତେବେ ଅତ୍ଯଧିକ ଘନ କୁହୁଡ ଥିବା ଦୃଷ୍ଟିରୁ ଗେଲପୁର ଛକ ନିକଟରେ ଥିବା ଡାଇଭର୍ସନକୁ ଜାଣିପାରିନଥିଲେ କାର ଡ୍ରାଇଭର । ଫଳରେ ଭାରସାମ୍ଯ ହରାଇ ଡାଇଭର୍ସନ ପାଇଁ ଥିବା ଅସ୍ଥାୟୀ ପ୍ରାଚୀର ଉପରକୁ ମାଡିଯାଇ ଓଲଟି ପଡିଥିଲା ।