ଓଡିଶା

odisha

ETV Bharat / state

ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ - ତିହିଡି ବ୍ଲକ ଫକିରମୋହନ ଏମଇ କ୍ଲଷ୍ଟର

ତିହିଡି ବ୍ଲକ କମାରିଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବିଭାଗ ପକ୍ଷରୁ ତିନି ଦିନିଆ ଶିକ୍ଷଣ ଫଳାଫଳ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପିଲାମାନଙ୍କର ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି କରିବାରେ ସହାୟକ ହେବ ବୋଲି ଆକଳନ କରାଯାଇଛି । ଅଧିକ ପଢନ୍ତୁ...

ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି କରିବାକୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ
ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି କରିବାକୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ

By

Published : Mar 9, 2021, 9:51 AM IST

ଭଦ୍ରକ: ତିହିଡି ବ୍ଲକ ଫକିରମୋହନ ଏମଇ କ୍ଲଷ୍ଟର ଅଧିନ କମାରିଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବିଭାଗ ପକ୍ଷରୁ ତିନି ଦିନିଆ ଶିକ୍ଷଣ ଫଳାଫଳ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପିଲାମାନଙ୍କର ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି କରିବାରେ ସହାୟକ ହେବ ବୋଲି ଆକଳନ କରାଯାଇଛି । ଛାତ୍ରଛାତ୍ରୀମାନେ ଇଂରାଜୀ, ଗଣିତ, ସାହିତ୍ୟ, ଭୂଗୋଳ, ବିଜ୍ଞାନ ଓ ପରିବେଶ ସମ୍ପନ୍ଧରେ ଦୁର୍ବଳ ଥିଲେ ଏହି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇ ପାରିବ ବୋଲି ସୂଚନା ମଳିଛି ।

ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି କରିବାକୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ

ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଲିମ ନେଇଥିଲେ । ଆଗରପଡା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷଣ ଡ.ବିଜୟ କୁମାର ସ୍ବାଇଁ ଓ ସ୍ନେହଲତା ରାଜ ଯୋଗଦେଇ ତାଲିମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ପାଠ୍ୟ ପୁସ୍ତକ ସହିତ ଏହା କିପରି ଯୋଡା ଯାଇପାରିବ ସେନେଇ ତାଲିମ ପ୍ରଦାନ କରାଯାଇଛି । ତାଲିମ ଗ୍ରହଣ କରି ସେମାନେ ଏହି ଶିକ୍ଷଣ ଫଳାଫଳକୁ ପାଠ୍ୟ ପୁସ୍ତକର ବିଷୟ ଓ ମୁଲ୍ୟାୟନ ସହିତ ସଂଯୋଗ କରିପାରିବେ ।

ତେବେ କମାରିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଜୟିନୀ ମହାରଣା ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details