ଓଡିଶା

odisha

ETV Bharat / state

ସୁଧୁରୁନି ତିହିଡି ବଜାର ଟ୍ରାଫିକ ସମସ୍ୟା, ଭିଡରେ ଫସୁଛି ଆମ୍ବୁଲାନ୍ସ - ତିହିଡି ବଜାର ଟ୍ରାଫିକ ସମସ୍ୟା

ଚିନ୍ତା ବଢାଉଛି ତିହିଡି ବଜାରରେ ଟ୍ରାଫିକ ସମସ୍ୟା । ରାସ୍ତା ପ୍ରଶସ୍ତିକରଣ ପରେ ବି ଭିଡରେ ଫସୁଛି ଆମ୍ବୁଲାନ୍ସ । ସାପ୍ତାହିକ ହାଟ ପାଳିରେ ପାଦ ଚଲା ରାସ୍ତା ମଧ୍ୟ ଠପ୍ ହେଉଥିବାବେଳେ ପ୍ରଶାସନ ନିରବଦ୍ରଷ୍ଟା । ଅଧିକ ପଢନ୍ତୁ

ସୁଧୁରୁନି ତିହିଡି ବଜାର ଟ୍ରାଫିକ ସମସ୍ୟାସୁଧୁରୁନି ତିହିଡି ବଜାର ଟ୍ରାଫିକ ସମସ୍ୟା
ସୁଧୁରୁନି ତିହିଡି ବଜାର ଟ୍ରାଫିକ ସମସ୍ୟା

By

Published : Jul 16, 2022, 12:07 PM IST

ଭଦ୍ରକ: ତିହିଡି ବଜାର ଟ୍ରାଫିକ ସମସ୍ୟା ସୁଧୁରିବାର ନାଁ ଧରୁନି । ରାସ୍ତା ପ୍ରଶସ୍ତିକରଣ ପରେ ବି ଭିଡରେ ଫସୁଛି ଆମ୍ବୁଲାନ୍ସ । ରାଜ୍ଯ ରାଜପଥ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ଯ ଯଥାପୂର୍ବଂ ତଥାପରଂ ଭଳି ସ୍ଥିତିରେ କୌଣସି ସୁଧାର ହୋଇନାହିଁ ବୋଲି ଚର୍ଚ୍ଚା ହେଉଛି । ସାପ୍ତାହିକ ହାଟ ପାଳିରେ ସଦର ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଏପରିିକି ସମିଲ୍ ଛକରୁ ଥାନା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଦ ଚଲା ରାସ୍ତା ମଧ୍ୟ ଠପ୍ ହୋଇ ଯାଉଛି ।

ସୁଧୁରୁନି ତିହିଡି ବଜାର ଟ୍ରାଫିକ ସମସ୍ୟା

ମେଡିକାଲକୁ ରୋଗୀ ନେଇ ଯିବା ସମୟରେ ଆମ୍ବୁଲାନ୍ସ ଭିଡରେ ଫସିବା ସବୁକଷ୍ଟକୁ ବଳିଯାଉଛି । ଅନେକ ବର୍ଷ ଧରି ଏହି ଟ୍ରାଫିକ୍ ସମସ୍ୟା ରହି ଆସିଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଫଳରେ ହନ୍ତସନ୍ତ ହେଉଛନ୍ତି ସାଧରଣ ଜନତା । ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବଜାର ଭିଡ ରହୁଛି । ତେବେ ସୋମବାର ଓ ଶୁକ୍ରବାର ସାପ୍ତାହିକ ହାଟପାଳିରେ ଅଧିକ ଭିଡ ଜମୁଥିବାବେଳେ, ଯାତାୟତ କରୁଥିବା ଯାନବାହନ ଟ୍ରାଫିକ୍ ସମସ୍ୟାକୁ ଦ୍ୱଗୁଣିତ କରିଥାଏ ।

ଅନ୍ୟପଟେ ବେଧଡକଭାବେ ରାସ୍ତାରେ କେତେକ ଉଠା ଦୋକାନୀ ମଧ୍ୟ ରାସ୍ତା ଉପରେ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହେଉଥିଲେ ମଧ୍ୟ ସବୁ ଜାଣି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ABOUT THE AUTHOR

...view details