ଭଦ୍ରକ: ରାଜ୍ୟ ସରକାରଙ୍କ ଗ୍ରୀନଫିଲ୍ଡ ଯୋଜନାରେ ଭଦ୍ରକ ସହରରେ ଆରମ୍ଭ ହୋଇଛି ଆଲୋକୀକରଣ ବ୍ୟବସ୍ଥା । ଏହିକ୍ରମରେ ଶୁକ୍ରବାର ଜିଲ୍ଲାର 7 କିଲୋମିଟର ପର୍ଯ୍ୟନ୍ତ ସହରାଞ୍ଚଳ ରାସ୍ତାକୁ ଆଲୋକୀକରଣ ବ୍ୟବସ୍ଥା ଉଦଘାଟିତ ହୋଇଯାଇଛି । 1 କୋଟି 25 ଲକ୍ଷ ଟଙ୍କା ବ୍ୟୟରେ ଏହି ସହରାଞ୍ଚଳ ଆଲୋକୀକରଣ ବ୍ୟବସ୍ଥାକୁ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ସାଂସଦ ମଞ୍ଜୁଲତା ମଣ୍ଡଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଭଦ୍ରକରେ ଆରମ୍ଭ ହେଲା ସହରାଞ୍ଚଳ ଆଲୋକୀକରଣ ବ୍ୟବସ୍ଥା - ଭଦ୍ରକରେ ସହରାଞ୍ଚଳ ଆଲୋକୀକରଣ
ରାଜ୍ୟ ସରକାରଙ୍କ ଗ୍ରୀନଫିଲ୍ଡ ଯୋଜନାରେ ଭଦ୍ରକ ସହରରେ ଆରମ୍ଭ ହୋଇଛି ଆଲୋକୀକରଣ ବ୍ୟବସ୍ଥା । ଏହିକ୍ରମରେ ଶୁକ୍ରବାର ଜିଲ୍ଲାର 7 କିଲୋମିଟର ପର୍ଯ୍ୟନ୍ତ ସହରାଞ୍ଚଳ ରାସ୍ତାକୁ ଆଲୋକୀକରଣ ବ୍ୟବସ୍ଥା ଉଦଘାଟିତ ହୋଇଯାଇଛି ।
![ଭଦ୍ରକରେ ଆରମ୍ଭ ହେଲା ସହରାଞ୍ଚଳ ଆଲୋକୀକରଣ ବ୍ୟବସ୍ଥା bhadrak latest news, town electrification in bhadrak, state government's greenfield scheme, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍, ଭଦ୍ରକରେ ସହରାଞ୍ଚଳ ଆଲୋକୀକରଣ, ରାଜ୍ୟ ସରକାରଙ୍କ ଗ୍ରୀନଫିଲ୍ଡ ଯୋଜନା](https://etvbharatimages.akamaized.net/etvbharat/prod-images/768-512-8770704-thumbnail-3x2-bdk.jpg)
ଭଦ୍ରକରେ ଆରମ୍ଭ ହେଲା ସହରାଞ୍ଚଳ ଆଲୋକୀକରଣ ବ୍ୟବସ୍ଥା
ଭଦ୍ରକରେ ଆରମ୍ଭ ହେଲା ସହରାଞ୍ଚଳ ଆଲୋକୀକରଣ ବ୍ୟବସ୍ଥା
ସୂଚନା ଅନୁଯାୟୀ ଏହି ସହରାଞ୍ଚଳ ଆଲୋକୀକରଣ ଉଦଘାଟନ କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ। ତେବେ ସରକାରଙ୍କ ଏହି ଗ୍ରୀନଫିଲ୍ଡ ଯୋଜନାରେ ସହରରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ସ୍ଥାନରେ ଖୁବ୍ଶୀଘ୍ର ଆଲୋକୀକରଣ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ବିଧାୟକ ସଞ୍ଜୀବ ମଲିକ । ଏନେଇ ସମସ୍ତ ସହଯୋଗର ପ୍ରତିଶୃତି ଦେଇଛନ୍ତି ସାଂସଦ ମଞ୍ଜୁଲତା ମଣ୍ଡଳ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ