ଓଡିଶା

odisha

ETV Bharat / state

ବିଶ୍ବ ଜଳାନ୍ତକ ଦିବସ; କାଗଜ କଲମରେ ଚାଲିଛି ସଚେତନତା - ଜଳାନ୍ତକ ରୋଗ ପ୍ରତିରୋଧକ

ଆଜି ହେଉଛି ବିଶ୍ଵ ଜଳାନ୍ତକ ଦିବସ । ହେଲେ ଦୁର୍ଭାଗ୍ୟର ବିଷୟ ଯେ, 2018 ସେପ୍ଟେମ୍ବର 27 ରୁ ଅଦ୍ୟାବଧି ଭଦ୍ରକ ଜିଲ୍ଲା ପଶୁ ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ନାହିଁ ଜଳାନ୍ତକ ରୋଗ ପ୍ରତିଷେଧକ ଇଞ୍ଜେକ୍ସନ।

ବିଶ୍ବ ଜଳାନ୍ତକ ଦିବସ

By

Published : Sep 29, 2019, 12:35 AM IST

ଭଦ୍ରକ: ଆଜି ହେଉଛି ବିଶ୍ଵ ଜଳାନ୍ତକ ଦିବସ। ସାଧାରଣ କୁକୁର କାମୁଡିଲେ ଏହି ରୋଗ ହୋଇଥାଏ । ଆଉ ସଠିକ ସମୟରେ ଜଳାନ୍ତକ ରୋଗ ପ୍ରତିରୋଧକ ଇଞ୍ଜେକ୍ସନ ନ ନେଲେ ମୃତ୍ୟୁ ଥୟ । ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମଗ୍ର ବିଶ୍ବରେ ଜଳାନ୍ତକ ଦିବସ ଭାବେ ପାଳନ କରାଯାଉଛି।

ବିଶ୍ବ ଜଳାନ୍ତକ ଦିବସ

1885 ଜୁଲାଇ 6 ତାରିଖ ଦିନ ଲୁଇସ ପାଶ୍ଚର ପ୍ରଥମେ ଜଳାନ୍ତକ ରୋଗ ପ୍ରତିରୋଧକ ଇଞ୍ଜେକ୍ସନକୁ ବିକଶିତ କରିଥିଲେ। 1895 ସେପ୍ଟେମ୍ବର 28 ତାରିଖ ଦିନ ଲୁଇସଙ୍କ ଦେହାନ୍ତ ହୋଇଥିଲା। ତାଙ୍କୁ ଚିରସ୍ମରଣୀୟ କରିବା ପାଇଁ 2007 ସେପ୍ଟେମ୍ବର 28 ତାରିଖରୁ ଅଦ୍ୟାବଧି ପ୍ରତିବର୍ଷ ସେପ୍ଟେମ୍ବର 28 ତାରିଖ ଦିନକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମଗ୍ର ବିଶ୍ବରେ ଜଳାନ୍ତକ ଦିବସ ଭାବେ ପାଳନ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଳାନ୍ତକ ରୋଗ ପ୍ରତିରୋଧକ କରିବା ପାଇଁ ସମଗ୍ର ବିଶ୍ଵରେ ସଚେତନତା ସୃଷ୍ଟି କରିବା।

ହେଲେ ଦୁର୍ଭାଗ୍ୟର ବିଷୟ, 2018 ସେପ୍ଟେମ୍ବର 27 ରୁ ଅଦ୍ୟାବଧି ଭଦ୍ରକ ଜିଲ୍ଲା ପଶୁ ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ନାହିଁ ଜଳାନ୍ତକ ରୋଗ ପ୍ରତିଷେଧକ ଇଞ୍ଜେକ୍ସନ। ଯାହାକି ଆଜିକୁ ଠିକ୍ ଏକ ବର୍ଷ ହେବ। ବାଧ୍ୟ ହୋଇ ପୀଡିତ ପଶୁମାନଙ୍କ ଚିକିତ୍ସା ପାଇଁ ବଜାରରୁ ଚଢା ଦରରେ କିଣିବାକୁ ପଡ଼ୁଛି ଏହି ଇଞ୍ଜେକ୍ସନ। ଏନେଇ ଜିଲ୍ଲାରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜଳାନ୍ତକ ରୋଗ ପ୍ରତିରୋଧକ ନେଇ ସମଗ୍ର ବିଶ୍ଵରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ହେଉଥିବା ବିଶ୍ବ ଜଳାନ୍ତକ ଦିବସର ପ୍ରକୃତ ପ୍ରାସଙ୍ଗିକତାକୁ ନେଇ ଏବେ ପ୍ରଶ୍ନ ଉଠିଛି ?


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details