ଓଡିଶା

odisha

ETV Bharat / state

କୋରୋନା ପ୍ରଭାବ: ଶ୍ରାବଣ ପ୍ରଥମ ସୋମବାରରେ ଖାଁ ଖାଁ ଆଖଣ୍ଡଳମଣି ପୀଠ - bhadrak news

ଶ୍ରାବଣ ପ୍ରଥମ ସୋମବାର । ଶୈବପୀଠରେ ନା ଅଛି ଭକ୍ତଙ୍କ ଭିଡ, ନା ଶୁଭୁଛି ବୋଲବମ ହରହର ବମ ଶବ୍ଦ । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ: ଶ୍ରାବଣ ପ୍ରଥମ ସୋମବାରରେ ଖାଁ ଖାଁ  ଆଖଣ୍ଡଳମଣି ପୀଠ
କୋରୋନା ପ୍ରଭାବ: ଶ୍ରାବଣ ପ୍ରଥମ ସୋମବାରରେ ଖାଁ ଖାଁ ଆଖଣ୍ଡଳମଣି ପୀଠ

By

Published : Jul 6, 2020, 11:40 AM IST

ଭଦ୍ରକ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଦିନ ପ୍ରଭୁ ଶିବଶଙ୍କ ଦର୍ଶନ କଲେ କୋଟି ପୂର୍ଣ୍ଣ ମିଳିଥାଏ । ଶ୍ରାବଣ ମାସର ସମସ୍ତ ପ୍ରତ୍ୟେକ ସୋମବାର ଦିନ କାଉଡିଆ ଭାଇମାନେ କାନ୍ଧରେ ପାଣି ଭାର ଧରି ମାଇଲ ମାଇଲ ଦୂର ଚାଲି ଭୋଳା ବାବାଙ୍କ ଠାରେ ଜଳାଭିଶେକ କରିଥାନ୍ତି । ହେଲେ ଚଳିତ ବର୍ଷ ଫିକା ପଡିଛି ଶ୍ରାବଣ ମାସ ।

କୋରୋନା ମହାମାରୀ ପାଇଁ ଅନେକ କଟକଣା ଲାଗୁ ହୋଇଛି । ଚଳିତ ଶ୍ରାବଣ ଯାତ୍ରାର ପ୍ରଥମ ସୋମବାର ଦିନ ଭଦ୍ରକର ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ପୀଠରେ ଶୁଭୁନାହିଁ ବୋଲବମ ହରହର ବମ ଧ୍ବନୀ। ପ୍ରଶାସନ ପକ୍ଷରୁ ଆରଡି ପୀଠ ଓ ମନ୍ଦିର ପରିସରରେ 144 ଧାରା ଜାରି କରାଯାଇଛି।

କୋରୋନା ପ୍ରଭାବ: ଶ୍ରାବଣ ପ୍ରଥମ ସୋମବାରରେ ଖାଁ ଖାଁ ଆଖଣ୍ଡଳମଣି ପୀଠ

ଖବର ଅନୁଯାୟୀ କୌଣସି ଭକ୍ତ ଯେପରି ପୀଠକୁ ଜଳଭାର ନେଇ ନଆସିବେ ସେଥିପାଇଁ 5 ତାରିଖ ଓ 6 ତାରିଖ ଦୁଇଦିନ ଧରି ଆରଡି ପୀଠ ଓ ମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି। ଏହା ସହ ପୀଠରେ ଥିବା ସମସ୍ତ ନଦୀଘାଟ ଓ ପୁଷ୍କରିଣୀରେ ଯେପରି କୌଣସି ଶ୍ରଦ୍ଧାଳୁ ଜଳଭାର ନଉଠାଇବେ ସେଥିପାଇଁ ପୀଠରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଅନ୍ୟପଟେ, ମନ୍ଦିରର ବିଧିବିଧାନ ଅନୁଯାୟୀ ଶ୍ରାବଣ ନୀତିକାନ୍ତି ସହ ଦୈନଦିନ ସମିତ ସେବାୟତ ମାକ୍ସ ପିନ୍ଧି ସାମାଜିକ ଦୂରତା ରଖି ପୂଜା କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details