ଓଡିଶା

odisha

ETV Bharat / state

ଆଜି ଭଦ୍ରକରେ 89 କୋରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ସ୍ଥାନୀୟ ସଂକ୍ରମିତ - ଭଦ୍ରକରେ କୋରୋନା

ଭଦ୍ରକରେ ଚିନ୍ତା ବଢାଇଲାଣି ସ୍ଥାନୀୟ ସଂକ୍ରମଣ । ଶୁକ୍ରବାର 89 ସ୍ଥାନୀୟ ସଂକ୍ରମଣ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1930 ରେ ପହଞ୍ଚିଛି। ଅଧିକ ପଢନ୍ତୁ..

ଆଜି ଭଦ୍ରକରେ 89 କୋରୋନା ଆକ୍ରାନ୍ତ ଚିହ୍ନଟ, ସବୁ ସ୍ଥାନୀୟ ସଂକ୍ରମଣ
ଆଜି ଭଦ୍ରକରେ 89 କୋରୋନା ଆକ୍ରାନ୍ତ ଚିହ୍ନଟ, ସବୁ ସ୍ଥାନୀୟ ସଂକ୍ରମଣ

By

Published : Aug 21, 2020, 1:42 PM IST

ଭଦ୍ରକ : ଜିଲ୍ଲାରେ ଥମୁନି ସ୍ଥାନୀୟ ସଂକ୍ରମଣ। ଆଜି ଜିଲ୍ଲା 89 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି।

ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ଯୋଗୁଁ, ଜିଲ୍ଲାରେ କୋରନା ଚେନ ଭାଙ୍ଗିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଯାହାକି ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1930 ରେ ପହଞ୍ଚିଛି। ଏବେ ସୁ୍ଦ୍ଧା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1061 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରୁ ଗତ 24 ଘଣ୍ଟା ମଧ୍ୟରେ 32 ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ତେବେ ଅଦ୍ୟାବଧି 863 ଜଣ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରୁ ଏବେ ପର୍ଯ୍ୟନ୍ତ ମୋଟ 37795 ଟି ନମୁନା ପରୀକ୍ଷା କରାଯାଇଥିବା ଜଣାପଡିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ଆଜି ଭଦ୍ରକରେ 89 କୋରୋନା ଆକ୍ରାନ୍ତ ଚିହ୍ନଟ, ସବୁ ସ୍ଥାନୀୟ ସଂକ୍ରମଣ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details