ଭଦ୍ରକ: ମେଡିସିନ ଦୋକାନରୁ ସିଗାରେଟ ଓ ଗୁଟଖା ଜବତ । ଘଟଣାରେ ତିନିଜଣଙ୍କୁ ଗିରଫ କରିବା ସହିତ ଦୋକାନକୁ ସିଲ କରିଛି ଭଦ୍ରକ ଟାଉନ ପୋଲିସ ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ କୋରୋନା କବଳରୁ ରକ୍ଷା ପାଇବା ପାଇଁ ଭଦ୍ରକ ସହର ଦୁଇଦିନ ହେବ ସଟଡାଉନ ରହିଛି। କେବଳ ଅତ୍ୟାବଶ୍ୟକ ଦୋକାନକୁ ଛାଡି ଆଉ ବାକି ସବୁ ଦୋକାନ ବନ୍ଦ ରହିଛି । ତେବେ ଏହି ସମୟରେ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଛି । ଭଦ୍ରକ ମେଡିକାଲ ସମ୍ମୁଖରେ ଥିବା ଦିନଦୟାଲ ମେଡ଼ିସିନ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିବା ଖବର ପାଇ ପୋଲିସ ପାଇଥିଲା । ଏହାପରେ ପୋଲିସ ଓ ପ୍ରଶାସନ ପକ୍ଷରୁ ମେଡିସିନ ଦୋକାନ ଉପରେ ମିଳିତ ଚଢାଉ କରାଯାଇଥିଲା ।