ଭଦ୍ରକ :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି (ରବିବାର) ଅନୁଷ୍ଠିତ ହେବ । ଏହି କ୍ରମରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ମଧ୍ଯ ଭୋଟ ହେବ । ଏନେଇ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ହୋଇଛି ।
Third Phase Panchayat Election : କାଲି ତିହିଡି ବ୍ଲକରେ ହେବ ଭୋଟ ତିହିଡି କଲେଜ ପରିସରରୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନିଜ ନିଜର ବୁଥକୁ ଯିବାର ବ୍ଯବସ୍ଥା କରାଯାଇଛି। ନିର୍ବାଚନ ଅଧିକାରୀମାନେ ଭୋଟ ବାକ୍ସ ଧରି ମତଦାନ କେନ୍ଦ୍ରକୁ ଯାଉଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପୋଲିସ ପ୍ରଶାସନ ସଜାଗ ରହିଛି।
ଏହାବି ପଢନ୍ତୁ :3rd Phase Panchayat Election: ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ, ୧୮୪୯୫ଟି ବୁଥରେ ହେବ ମତଦାନ
ଏହି ବ୍ଲକର 4ଟି ଜିଲ୍ଲା ପରିଷଦ ଜୋନ ସମେତ 31 ପଞ୍ଚାୟତର ମୋଟ 536 ଟି ମତଦାନ କେନ୍ଦ୍ର ରହିଛି। ସେଥିମଧ୍ୟରୁ 14 ଟି ଅତି ସମ୍ବେଦିନଶୀଳ ବୁଥ ଚିହ୍ନଟ କରାଯାଇଛି। ଜିଲ୍ଲାପାଳ ତ୍ରିଲୋଚନ ମାଝୀ ପ୍ରତ୍ୟକ୍ଷ ନିର୍ବାଚନୀ ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କରୁଛନ୍ତି । ଉପଜିଲ୍ଲାପାଳ ମନୋଜ କୁମାର ପାତ୍ରଙ୍କ ସମେତ ତହସିଲଦାର, ବିଡିଓ, ଚାନ୍ଦବାଲି ଏସଡିପିଓ, ତିହିଡି ଓ ପୀରହାଟ ଥାନାର ଆଇଆଇସି ପ୍ରମୁଖ ଉପସ୍ଥିତ ରହି ପରିଚାଳନ କରୁଥିବା ଜଣାଯାଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ