ଓଡିଶା

odisha

ETV Bharat / state

ଜମିବାଡି ବିବାଦକୁ କେନ୍ଦ୍ର କରି ଯୁବକକୁ ପିଟିପିଟି ହତ୍ୟା

ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଜମୁକୁନ୍ଦପୁର ବେହେରା ସାହିରେ ଜମି ବାଡ଼ି ବିବାଦ ଘଟଣାକୁ କେନ୍ଦ୍ର କରି ଯୁବକଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା । ଅଧିକ ପଢନ୍ତୁ...

By

Published : Mar 18, 2021, 6:18 AM IST

ଜମିବାଡି ବିବାଦକୁ କେନ୍ଦ୍ର କରି ଯୁବକକୁ ପିଟିପିଟି ହତ୍ୟା
ଜମିବାଡି ବିବାଦକୁ କେନ୍ଦ୍ର କରି ଯୁବକକୁ ପିଟିପିଟି ହତ୍ୟା

ଭଦ୍ରକ: ଜମି ବାଡ଼ି ଘଟଣାକୁ କେନ୍ଦ୍ର କରି ଯୁବକଙ୍କୁ ବାଡ଼ିରେ ପିଟି ପିଟି ମାରି ଦେଲେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଜମୁକୁନ୍ଦପୁର ବେହେରା ସାହିରେ । ସାହିର ସଞ୍ଜିତ ନାୟକଙ୍କ ପରିବାର ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ପରିବାର ମଧ୍ୟରେ ଜମିଜମା ଘଟଣାକୁ ନେଇ ପୂର୍ବରୁ ବିବାଦ ହୋଇଥିଲା ଓ ଥାନାରେ ସମାଧାନ ମଧ୍ୟ ହୋଇଥିଲା । ତେବେ ଆଜି ହଠାତ ଲକ୍ଷ୍ମୀଧରଙ୍କ ପରିବାର ଲୋକ ମାନେ ସଙ୍ଘବଦ୍ଧ ଭାବେ ଆସି ସଞ୍ଜିତ ବେହେରାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଏପରିକି ସଞ୍ଜିତଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼ି ଓ ଶାବଳରେ ଆକ୍ରମଣ କରିଥିଲେ ।

ଜମିବାଡି ବିବାଦକୁ କେନ୍ଦ୍ର କରି ଯୁବକକୁ ପିଟିପିଟି ହତ୍ୟା

ଏଥିରେ ପ୍ରତିବାଦ କରିବାରୁ ତାଙ୍କ ମା ଓ ଭାଉଜଙ୍କୁ ମଧ୍ୟ ସେମାନେ ଆକ୍ରମଣ କରି ଗୁରୁତର କରି ଦେଇଥିଲେ । ଏହି 3 ଜଣଙ୍କୁ ଗ୍ରାମବାସୀ ମାନେ ତୁରନ୍ତ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ସଞ୍ଜିତଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ଏହି ଖବର ସମ୍ପୃକ୍ତ ଅଞ୍ଚଳରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଥିଲା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details