ଭଦ୍ରକ :ଡାକ୍ତରଙ୍କ ଅନୁପସ୍ଥିତିରେ ସୁଇପର କରୁଛନ୍ତି ରୋଗୀଙ୍କ ଚିକିତ୍ସା ! ତାହା ପୁଣି ମୋବାଇଲ ଟର୍ଚ୍ଚ ଲାଇଟରେ ! ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ଚାନ୍ଦବାଲି କୋର୍ଟର ନୂଆ କୋଠାକୁ ପୁରୁଣା ଅଫିସ ଜିନିଷ ସବୁ ଏକ ପିକ୍ଅପ୍ ଗାଡ଼ିରେ ନିଆଯାଉଥିବା ବେଳେ ଗାଡ଼ିରେ ଥିବା କୋର୍ଟ ପେସ୍କାର ରମେଶ ମାଝୀଙ୍କ ମୁଣ୍ଡରେ ନୂତନ କୋଠାର ବିମ୍ ବାଜି ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ସୌମ୍ୟରଞ୍ଜନ ସ୍ବାଇଁ ତାଙ୍କୁ ଚିକିତ୍ସା କରି ମୁଣ୍ଡରେ ଆଘାତ ଲାଗିଥିବାରୁ ଷ୍ଟିଚ୍ କରିବାକୁ କହି ଚାଲି ଯାଇଥିଲେ ବୋଲି ସୂଚନା ମିଳିଛି ।