ଓଡିଶା

odisha

ETV Bharat / state

ଲକଡାଉନରେ ଖୋଲିଥିଲେ ଦୋକାନ, ଗଣିଲେ 20 ହଜାର ତଣ୍ଡ - bhadrak district administration

କରୋନା କଟକଣା ନିୟମ ଉଲ୍ଲଙ୍ଘନ କରି ଦୋକାନୀ ଗଣିଲେ ମୋଟା ଅଙ୍କର ତଣ୍ଡ । ଅଧିକ ପଢନ୍ତୁ....

ଲକଡାଉନରେ ଦୋକାନ ଖୋଲି ତଣ୍ଡ ଗଣିଲେ ଦୋକାନୀ
ଲକଡାଉନରେ ଦୋକାନ ଖୋଲି ତଣ୍ଡ ଗଣିଲେ ଦୋକାନୀ

By

Published : May 10, 2021, 9:44 PM IST

ଭଦ୍ରକ : କରୋନା କଟକଣା ନିୟମ ଉଲ୍ଲଙ୍ଘନ କରି ଦୋକାନୀ ଗଣିଲେ ମୋଟା ଅଙ୍କର ତଣ୍ଡ । ଲକଡାଉନ ସମୟରେ ଦୋକାନ ଖୋଲିଥିବାରୁ ଦୋକାନୀଙ୍କ ଉପରେ 20 ହଜାର ଟଙ୍କାର ଜୋରିମାନା ଲଗାଇଛି ସ୍ଥାନୀୟ ପୋଲିସ ପ୍ରଶାସନ । ଏହାସହ ଦୋକାନକୁ ମଧ୍ୟ ଦୁଇ ଦିନ ପାଇଁ ସିଲ କରାଯାଇଛି ।

ଲକଡାଉନରେ ଦୋକାନ ଖୋଲି ତଣ୍ଡ ଗଣିଲେ ଦୋକାନୀ
ଲକଡାଉନରେ ଦୋକାନ ଖୋଲି ତଣ୍ଡ ଗଣିଲେ ଦୋକାନୀ

ସୂଚନା ଅନୁଯାୟୀ, ଧାମନଗର ଥାନା ବାରିକପୁର ବଜାରରେ ଦିନ 12 ଟା ପରେ ଲକଡାଉନ କଟକଣା ଜାରି ହୋଇଥିଲେ ମଧ୍ୟ ଦୋକାନୀ ଜଣଙ୍କ ଦୋକାନ ଖୋଲି ବେପାର କରୁଥିଲେ । ଏହି ଖବର ଭଦ୍ରକ ଏସପିଙ୍କ ନଜରକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସପି ଚରଣ ସିଂ ମିନା । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ଥାନା ଅଧିକାରୀ ସେଠାରେ ପହଞ୍ଚି ଦୋକାନୀଙ୍କ ପାଖରୁ 20000 ଟଙ୍କା ଜୋରିମାନା ଲଗାଇବା ସହ 2 ଦିନ ପର୍ଯ୍ୟନ୍ତ ଦୋକାନକୁ ସିଲ କରିଥିବା ସୂଚନା ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details